ପଦ୍ମପୁର, ୩୧/୩ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର କାର୍ଯ୍ୟରତ ସେବିକା ଶ୍ରୀମତୀ ଭଗବତୀ ଛଚାନ ଙ୍କୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି । ଏହି ଅବସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଭାପତି ଶ୍ରୀଯୁକ୍ତ ପୃଥ୍ଵୀରାଜ ସାହୁ ସଭାପତିତ୍ଵ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୂଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତି ବିଦ୍ବତ୍ ପରିଷଦର ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ଯୋଗଦେଇ ମାନବ ଜୀବନ ସହ ଜଡିତ ଅଙ୍ଗ ଗୁଡ଼ିକର କାର୍ଯ୍ୟ ସମ୍ପାଦନ ବିଷୟରେ ଆଲୋକପାତ କରିଥିଲେ I ନିମନ୍ତ୍ରିତ ଅତିଥି ଭାବେ ଶ୍ରୀଯୁକ୍ତ ଭକ୍ତଚରଣ ସାହୁ,ଉପ-ସଭାପତି ଗୋପାଳ କୃଷ୍ଣ ମିଶ୍ର, ସଦସ୍ୟା ମୋନାଲିସା ସ୍ୱାଇଁ ମଞ୍ଚାସୀନ ହୋଇ ଅବସର ନେଉଥିବା ଶ୍ରୀମତୀ ଭଗବତୀ ଛଚାନ ମାଉସୀ ଙ୍କ ସମୟାନୁବର୍ତ୍ତିତା , ସ୍ନେହ ବତ୍ସଳତା ଆଦି ଅନେକ ସୁଗୁଣ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବରେ ଯୁଗ୍ମ ସମ୍ପାଦକ ଡ.ଟିକେଶ୍ଵର ନାଏକ ,ପୂର୍ବ ଛାତ୍ର ପରିଷଦ ସଦସ୍ୟ ସୁନୀଲ ଅଗ୍ରୱାଲ ଉପସ୍ଥିତ ଥିଲେ । ପରେ ପରେ ପରିଚାଳନା ସମିତି, ମାତୃ ଭାରତୀ, ଶିଶୁ ବିଦ୍ୟାମନ୍ଦିର ସହକର୍ମୀ , ଗୁରୁଜୀ ଗୁରୁମା ଙ୍କ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶେଷରେ ସମ୍ପାଦକ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା ଶୋଭାଯାତ୍ରାରେ ମାଉସୀ ଙ୍କୁ ତାଙ୍କର ଘରକୁ ଛାଡ଼ିବାକୁ ଯାଇଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।
ରାଜ୍ୟ
ସେବିକା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
- Hits: 4








