ହେଡଲାଇନସ୍:

ଦିନକୁ ଦିନ ରାଜ୍ୟରେ ଗୋଚାଲାଣ ବଢୁଥିବା ବେଳେ ସରକାର ନିଦାବିଷ୍ଣୁ ସାଜିଛନ୍ତି।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର: ବିଭିନ୍ନ ସମୟରେ ଗୋମାଫିଆ ଓ ଗୋରକ୍ଷକ ମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଅନେକ ଗୋରକ୍ଷକ ମାନଙ୍କ ଜୀବନ ଚାଳି ଯାଉଛି। ଠିକ୍ ସେହିପରି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ରୁ ଆସିଛି ଏକ ଲୋମଟାଙ୍କୁରା ଘଟଣା। ସୂଚନାଯୋଗ୍ୟ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଆଡୁ କଲିକତା ଅଭିମୁଖେ ଯାଉଥିବା WB 29 B 8215ନମ୍ବର ବିଶିଷ୍ଟ ଏକ ଆଇଚର ଗୋରୁ ବୋଝେଇ ଗାଡ଼ି ଯାଉଥିବା ବେଳେ କିଛି ଗୋରକ୍ଷକ ଉକ୍ତ ଗାଡିରୁ ଗୋମାତା ଙ୍କୁ ଉଦ୍ଧାର କରିବା ପାଇଁ ଉକ୍ତ ଗାଡିର ପିଛା କରିଥିଲେ। ଏହି ସମୟରେ ପୋଲିସ ଚେକିଙ୍ଗ ର ଖବର ପାଇଁ ଉକ୍ତ ଗୋରୁ ଭର୍ତ୍ତି ଗାଡ଼ିଟି ସେରଗଡ ଟୋଲ ଗେଟ୍ ରୁ ୟୂଟର୍ଣ୍ଣ ମାରି ପୁଣିଥରେ ଭଦ୍ରକ ଅଭିମୁଖେ ଦ୍ରୁତ ଗତିରେ ପଲେଇ ଆସୁଥିବା ସମୟରେ ଗୋ ରକ୍ଷକ ଖନ୍ତାପଡା ଥାନା କସବା ଜୟପୁର ଅଳସୁଆ ଗ୍ରାମ ର ଲମ୍ବୋଦର ମହାପାତ୍ର ଏବଂ କୃପାସିନ୍ଧୁ ବେହେରା ଙ୍କୁ ପଣାପଣା ନିକଟରେ ଗୋ ମାଫିଆଙ୍କ ଏକ ଏସ୍ କଟ୍ ଗାଡି ମଡ଼ାଇ ଦେଇଥିଲା, ପୁନଶ୍ଚ ଉକ୍ତ ପଛକୁ ଫେରି କୃପାସିନ୍ଧୁ ବେହେରା ଙ୍କ ଉପରେ ଅତି ଅମାନୁଷିକ ଓ ବର୍ବରତା ରୂପେ ଚଢ଼ାଇ ଦେଇ ତାଙ୍କ ମୁଣ୍ଡରେ ଧାରୁଆ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ। ପଛରେ ଆସୁଥିବା ଗୋରକ୍ଷକ ମାନେ ପହଞ୍ଚି ଯିବାରୁ ଗୋ ମାଫିଆ ଙ୍କ ଏସ୍ କଟ୍ ଗାଡ଼ିଟି ଦ୍ରୁତଗତିରେ ଖସି ପଲେଇଯିବାର ସକ୍ଷମ ହୋଇଥିଲେ। ଏହି ସମୟରେ ଗୋରୁ ବୋଝେଇ ଆଇଚର ଗାଡିଟି ବାରିକପୁର ନିକଟରେ ଅଟକି ଯାଇ ଡ୍ରାଇଭର ଖସି ପଳାଇଯାଇଥିଲା ପରେ ପୋଲିସ ଉକ୍ତ ଗାଡିର ୬ ଟି କଅଁଳା ବାଛୁରୀ ସମେତ ୪୫ ଟି ଜୀବନ୍ତ ଗୋମାତା ଏବଂ ଦୁଇଟି ମୃତ୍ୟୁ ଗୋମାତା ମୋଟ ୪୭ ଗୋରୁ ଙ୍କୁ ଉଦ୍ଧାର କରି ବାମପଦା ରେ ଥିବା ମା ଭାରତୀ ଗୋଶାଳା ରେ ଛଡା ଯାଇ ଥିଲା। ଏ ବାବଦରେ ଖନ୍ତାପଡା ଥାନା ଦାୟିତ୍ୱରେ ଥିବା ଏସ୍ ଆଇ ବ୍ରିକମ କୁମାର ମହାପାତ୍ର ଙ୍କୁ ପଚାରିବାରୁ ଦୁଃଘଟଣା ବାବଦରେ ଦୁର୍ଘଟଣା ସ୍ଥଳରେ କୈଣସି ପ୍ରମାଣ ମିଳିନାହିଁ କିନ୍ତୁ ତଦନ୍ତ ଚାଲିଛି। ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି । ଏନେଇ ଗୋସେବକ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଏ ବାବଦରେ ପ୍ରଶାସନ ଯଦି କୃପାସିନ୍ଧୁ ଙ୍କ ହତ୍ୟା କାରୀ କୁ ଗିରଫ ନକରେ ଆଗାମୀ ଦିନରେ ସରକାର ଙ୍କ ବିରୁଦ୍ଧରେ ପନ୍ଥା କରାଯିବ ବୋଲି କହିଛନ୍ତି|

0
0
0
s2sdefault