ଡିସିବିଏଲର ବେଆଇନ କାର୍ଯ୍ୟ ପାଇଁ ଧାରଣା ରେ ପ୍ରତିମା ସାହୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟ୍ରକ ମାଲିକ ସଂଘ ଆଗରେ ମୁଣ୍ଡ ନୁଆଁଇଲା ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ଼ !

ରାଜଗାଙ୍ଗପୁର( ବିଷୁ ଭୋମିକ)-ରାଜଗାଙ୍ଗପୁର ସ୍ଥିତ ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ଼ ବେଆଇନ କାର୍ଯ୍ୟ ପାଇଁ ଲାଇନ ୨ ଗେଟ ସମ୍ମୁଖରେ ପ୍ରତିମା ସାହୁ ଓ ତାଙ୍କ ପରିବାର  ଧାରଣା ଦେଇଥିଲେ|| ପ୍ରତିମା ସାହୁ ଙ୍କ ଗାଡି ବ୍ଲାକ ଲିଷ୍ଟ କରିବା ପ୍ରତିବାଦ ରେ ଆଜି ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ ଗେଟ ସମ୍ମୁଖରେ ଗାନ୍ଧୀଜି ଙ୍କ ଫଟୋ ତଳେ ଶାନ୍ତି ପୂର୍ଷ ଭାବେ ଧାରଣା ରେ ବସିଥିଲେ।ପ୍ରତିମା ସାହୁଙ୍କ ସ୍ଵାମୀ ଦିଲିପ ସାହୁ ଓ କମ୍ପାନୀ ର ଇଡି ଚେତନ ଶ୍ରୀବାସ୍ତବ ଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ଦିଲିପ ସାହୁ ଗୁରୁତର ହୋଇଥିଲେ। ଏନେଇ ଉଭୟ ଙ୍କ ପକ୍ଷରୁ ଥାନା ରେ ମାମଲା ରୁଜୁ ହୋଇଛି । ଦିଲିପ ସାହୁ ଗୁରୁତର ହୋଇ ଚିକିତ୍ସାଧୀନ ଥୁବାରୁ ପ୍ରତିମା ସାହୁ ଥାନା ରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଇଡି ଚେତନ ଶ୍ରୀବାସ୍ତବ ଓ ତାଙ୍କ ସହଯୋଗୀ ମହାତ୍ମା ଗାନ୍ଧୀ ଙ୍କ ବିରୋଧ ରେ ସଙ୍ଗୀନ ଦଫା ଲଗାଇ ମାମଲା ରୁଜୁ କରିଛି। ଏହା ପରେ କମ୍ପାନୀ ପ୍ରତିଶୋଧ ପରାୟଣ ହୋଇ ପ୍ରତିମା ସାହୁଙ୍କ ଟ୍ରକ କୁ କମ୍ପାନୀ ରୁ ବ୍ଲାକଲିଷ୍ଟ କରିଛି। ପ୍ରତିମା ବହୁ ବହୁ ଚେଷ୍ଟା ଚେ କରିବା ପରେ ମଧ୍ଯ କୌଣସି ସୁଫଳ ନମିଳିବାରୁ ଆଜି ନ୍ଧୀ ଙ୍କ ଫଟୋ ତଳେ ଶାନ୍ତିପୂର୍ଷ ଭାବେ ଧାରଣାଦେଇଥିଲେ। ଗଣେଶ ପୂଜା ରେ ଫୁଟବଲ ପଡିଆ ନିକଟରେ ଏକ ପଣ୍ଡାଲ ସମ୍ମୁଖରେ ଦିଲିପ ସାହୁ ଓ ଇଡି ଚେତନ ଶ୍ରୀବାସ୍ତବ ଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା । ଏଥିରେ ଚେତନ ଶ୍ରୀବାସ୍ତବ ଙ୍କ ସହଯୋଗୀ ଙ୍କ ଆକ୍ରମଣ ରେ ଦିଲିପ ସାହୁ ଗୁରୁତର ହୋଇଥିଲେ। ଏଥିରେ କମ୍ପାନୀ ପ୍ରତିମା ସାହୁ ଅଭିଯୋଗ କରିଥୁବାରୁ ତାଙ୍କ ନାଁ ର ଥୁବା ଟ୍ରକ କୁ ବ୍ଲାକଲିଷ୍ଟ କରିଥିଲା ଓ ଅନ୍ୟ ଏକ ଟ୍ରକ କୁ ମଧ୍ୟ ବ୍ଲାକଲିଷ୍ଟ କରିଥିଲା। କୌଣସି ନୋଟିସ ନଦେଇ ଟ୍ରକ କୁ ବ୍ଲାକଲିଷ୍ଟ କରିବାରୁ ଏହାର ପ୍ରତିବାଦ ଆଜି ଗାନ୍ଧୀଳି ଙ୍କ ଫଟୋ ତଳେ ଶାନ୍ତ ପୂର୍ଣ ଭାବେ ଧାରଣା ଦେଇଥିଲେ। ଏଥିରେ ଟ୍ରକ ମାଲିକ ସଂଘ ମଧ୍ୟ ସମର୍ଥନ ର୍ଥନ ଜଣାଇ ଧାରଣା ରେ ବସିଥିଲେ । ଦୀର୍ଘ ସମୟ ପରେ ତହସିଲଦାର ଜଗବନ୍ଧୁ ମଲ୍ଲିକ, ଡାଲମିଆ ସିମେଣ୍ଟ ଅଧିକାରୀ, ଥାନା ଅଧିକାରୀ ଓ ଟ୍ରକ ମାଲିକ ସଂଘ ମଧ୍ୟରେ ବୈଠକ ହୋଇଥିଲା। ଦୀର୍ଘ ୪ଘଣ୍ଟା କାଳ ଆଲୋଚନା ପରେ ସମାଧାନ ବାହାରିଥିଲା । ଗୋଟିଏ ଗାଡିକୁ ୨ ଦିନ ମଧ୍ୟରେ ବ୍ୟୁକଲିଷ୍ଟ ରୁ ହଟାଇବା ସହିତ ଅନ୍ୟ ଏକ ଗାଡିକୁ ଦୁର୍ଗାପୂଜା ପରେ ବ୍ଲାକଲିଷ୍ଟ ରୁ ହଟାଇବା ପାଇଁ କମ୍ପାନୀ ଓ ତହସିଲଦାର ପ୍ରତିଶୃତି ଦେବା ପରେ ଧାରଣା ରୁ ଉଠିଥିଲେ। ଆଗକୁ ଯଦି ସମସ୍ୟା ର ସମାଧାନ ନହୁଏ ପୁଣି ଧାରଣା ରେ ବସିବୁ ବୋଲି ଟ୍ରକ ମାଲିକ ସଂଘ ସଭାପତି କହିଛନ୍ତି।

0
0
0
s2sdefault