ପଦ୍ମପୁର / ଆଗଲପୁର :- ବାଗଝୁଲା ସ୍ଥିତ ସମୀର ଦିବ୍ୟାଙ୍ଗ ଆଶ୍ରମ ର ବୃଦ୍ଧାଶ୍ରମର ୪୦ ଜଣ ଅନ୍ତେବାସୀ ଙ୍କ ସହ ନିଆରା ଢଙ୍ଗରେ ନିଜର ୪୦ତମ ଜନ୍ମଦିନ ପାଳନ କଲେ ସହୟୋଗ ସଂଗଠନ ର ସମ୍ପାଦକ ତାପସ କୁମାର ନାୟକ। ଏହି କାର୍ଯ୍ୟକ୍ରମ ରେ ଦିବ୍ୟାଙ୍ଗ ଆଶ୍ରମ ର ପ୍ରତିଷ୍ଠାତା କୀର୍ତ୍ତନ ଦାଶ, ଗାଇସିଲଟ ବିଡିଓ ଲକ୍ଷ୍ମଣ ମାଝୀ, ବରିଷ୍ଠ ସାମ୍ବାଦିକ ଡାକ୍ତର ପୁଟେଲ ପ୍ରମୁଖ ଯୋଗଦେଇଥିଲେ।ନିଜର ଜନ୍ମଦିନ ଅବସରରେ ଆବଶ୍ୟକୀୟ ୫ ଗୋଟି ସିଲିଂ ଫ୍ଯାନ୍ ପ୍ରଦାନ କରିବା ସହ ବୈଦ୍ୟୁତିକ ଉପକରଣ ର ମରାମତି ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସଂଗଠନ ର ସଭାପତି ମୌସମ ପାଗୋଡ଼ା, ପ୍ରଭୁଦତ୍ତ ପଣ୍ଡା, ବିକାଶ ପଣ୍ଡା, ଇଶ୍ୱର ଦତ୍ତ ମେହେର, ପ୍ରଦ୍ୟୁମ୍ନ ମେହେର, ଅଜୟ ଅଗ୍ରୱାଲ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ
ରାଜ୍ୟ
ସମୀର ଦିବ୍ୟାଙ୍ଗ ଆଶ୍ରମ ରେ ଜନ୍ମଦିନ ପାଳିଲେ ସହୟୋଗ ସମ୍ପାଦକ।
- Hits: 3