ହେଡଲାଇନସ୍:

ବାଳମୁକୁନ୍ଦ କେନ୍ଦ୍ର ତରଫରୁ ନୈତିକ ଓ ବୌଦ୍ଧିକ ଜ୍ଞାନ ବିକଶିତ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଳମୁକୁନ୍ଦ କେନ୍ଦ୍ରର ସୁଚିନ୍ତିତ ସଂକଳ୍ପ 'ସାକ୍ଷର , ସ୍ୱଚ୍ଛ ଓ ସବୁଜ ଭାରତ' ଅନ୍ତର୍ଗତ ନୈତିକ ଓ ବୌଦ୍ଧିକ ଜ୍ଞାନ ବିକଶିତ ନିମନ୍ତେ ସ୍ଥାନୀୟ ଆଦିବାସୀ ଛାତ୍ରବାସ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଅନ୍ତେବାସୀ ଗହଣରେ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ପହଞ୍ଚି ମାର୍ଗଦର୍ଶନ କରିଛନ୍ତି।
ବଡ ପିଲାମାନେ ଛୋଟ ପିଲାମାନଙ୍କୁ ନିଜର ଦକ୍ଷତା ଅନୁସାରେ ଶିକ୍ଷା ଦାନ କରିବେ , ନିଜେ ପରିଷ୍କାର ରହି ବହିପତ୍ର ଲୁଗାପଟା ସଜାଇ ରଖି ଅନ୍ୟମାନଙ୍କୁ ପ୍ରେରିତ କରିବେ ଏବଂ ଦଶହରା ଛୁଟିରେ ନିଜ ଗ୍ରାମକୁ ଗଲେ ପିତାମାତାଙ୍କ ଦ୍ୱାରା ଗଛ ଲଗାଇ ତାର ସୁରକ୍ଷା ଦାୟତ୍ୱ ନେବା ପାଇଁ କୁହାଯାଇଛି।
ଏହି କାର୍ଯ୍ୟକ୍ରମରେ ଏସ୍ରାଇଲ ଶବର ଓ ହେମନ୍ତ କୁମାର ସ୍ୱାଇଁ ସହଯୋଗ କରିଥିଲେ। ଶେଷରେ ଶ୍ରୀମଦଭଗବତ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଦିନ କରିବା ପାଇଁ କେନ୍ଦ୍ରର ସଂଯୋଜକ ପରାମର୍ଶ ଦେଇଛନ୍ତି।

0
0
0
s2sdefault