ହେଡଲାଇନସ୍:

ମହାଳୟାର ପବିତ୍ର ପୂଜାର୍ଚ୍ଚନାରେ ମହିଳାଙ୍କ ଶ୍ରଦ୍ଧା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-: ଆଶ୍ୱିନ ମାସର ଆରମ୍ଭରେ ମହାଳୟା ଦିନଟିକୁ ଶୁଭ ପୂନ୍ୟମୟ ଓ ଆଧ୍ୟାତ୍ମିକ ଭାବେ ପାଳନ କରାଯାଏ । ଏହି ଦିନରୁ ଦେବୀପକ୍ଷର ଆରମ୍ଭ ହୋଇଥାଏ ଏବଂ ଦୁର୍ଗା ପୂଜାର ନିମନ୍ତେଣିକା ସ୍ୱରୂପ ଏହାକୁ ଗ୍ରହଣ କରlଯାଏ । ଯାହାକୁ ନେଇ ବେଲଗୁଣ୍ଠା ଅଞ୍ଚଳରେ ଥିବା ପ୍ରତ୍ୟେକଟି ମହିଳା ଏହି ମହାଳୟା ପୂଜା ଶ୍ରଦ୍ଧାର ସହ ପାଳନ କରିଥିଲେ । ବିଶେଷ କରି ବେଲଗୁଣ୍ଠା ର ବିଭିନ୍ନ ପଞ୍ଚାୟତରେ ମଧ୍ୟ ମହିଳାମାନେ ଏହି ଦିନଟିରେ ପୂଜାର୍ଚ୍ଚନାରେ ବିଶେଷ ଭାବରେ ଭାଗ ନେଇ ଶ୍ରଦ୍ଧାର ସହ ପୂଜା କରିଥାନ୍ତି । ଏହି ପବିତ୍ର ଦିନରେ ମହିଳାମାନେ ସକାଳୁ ଶୁଧ୍ଧତା ସହିତ ସ୍ନାନାଦି କରି, ପରିବାର ସୁଖ-ଶାନ୍ତି ଓ ସମୃଦ୍ଧି ପାଇଁ ଦେବୀଙ୍କୁ ପୂଜା କରନ୍ତି । ନାରୀମାନେ ବିଭିନ୍ନ ପ୍ରକାର ଭୋଗ – କ୍ଷୀର, ପିଠା, ଫଳ, ନଡ଼ିଆ, ପରିବା, ବିଭିନ୍ନ ପ୍ରକାରର ଶାଗ, ଆଣି ମା’ଙ୍କୁ ନିବେଦନ କରନ୍ତି । ଭୋଗ ସମ୍ଭାରରେ ପରିବାରର ପରମ୍ପରା ଅନୁଯାୟୀ ବିଭିନ୍ନ ପ୍ରକାରୀୟ ପଦାର୍ଥ ସାମିଲ ହୋଇଥାଏ । ଧାର୍ମିକ ବିଶ୍ୱାସ ଅନୁସାରେ ମହାଳୟାର ଘରର ମହିଳା ମାନେ ପୂଜାର୍ଚ୍ଚନା କଲେ ପିତୃପୁରୁଷମାନେ ଆଶୀର୍ବାଦ କରିବା ସହିତ ପରିବାରରେ ସୁସ୍ଥତା, ଶାନ୍ତି ଓ ସମୃଦ୍ଧି ଆସିଥାଏ । ଏପରିକି ମା’ ଦୁର୍ଗାଙ୍କର କୃପା ଲାଭ କରିବା ସହ ସନ୍ତାନ, ପରିବାର ଓ ସମାଜରରେ ପ୍ରତିଷ୍ଠା ପ୍ରଶସ୍ତ ହୋଇଥାଏ ବୋଲି ପୂଜା କରୁଥିବା ମହିଳା ମାନେ ପ୍ରକସ କରିଛନ୍ତି l

0
0
0
s2sdefault