ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ଯୋଜନା ଓ ଜାତୀୟ ସାମାଜିକ ସହାୟତା ଯୋଜନା ଅନ୍ତର୍ଗତ ସମସ୍ତ କାର୍ଯ୍ୟକ୍ରମର ସାମାଜିକ ସମୀକ୍ଷା ସମ୍ପର୍କିତ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏରସମା ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଜନଶୁଣାଣିକୁ ଏରସମା ବିଡ଼ିଓ ଦାଶରଥି ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଗତ ୨୦୨୪-୨୫ ମସିହା ଆର୍ଥିକ ବର୍ଷରେ ଉକ୍ତ ଯୋଜନା ଅନ୍ତର୍ଗତ ସମସ୍ତ ପ୍ରକଳ୍ପ, ହିତାଧିକାରୀ ମାନେ କିଭଳି ଲାଭାନ୍ୱତ ହୋଇଛନ୍ତି ଓ କେଉଁଠି ତୃଟି ରହିଛି ସେ ସମ୍ପର୍କରେ ବିଶଦ ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ଏହି ଜନଶୁଣାଣି ଶିବିରରେ ଡେପୁଟି କଲେକ୍ଟର, ଜଯୋଗାଣ ଅଧିକାରୀ ଅଭୟ ରଞ୍ଜନ ପ୍ରଧାନ, ଜିଲା ସାମାଜିକ ସମୀକ୍ଷକ ଦୀପକ କୁମାର ପରିଡା, ବ୍ଲକ ସାମାଜିକ ସମୀକ୍ଷକ ଏସେ.ସି ମନିଷ୍ କୁମାର, ଏପିଓ ସାଧନା ରାଉତ ପ୍ରମୁଖ ଉପସ୍ଥିତ ରହି ଶୁଣାଣି କରିଥିଲେ ।
ରାଜ୍ୟ
ଏରସମାରେ ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ
- Hits: 5