ସୁବର୍ଣ୍ଣପୁର ଜିଲ୍ଲାରେ ଉତ୍ସବ " ମହକ " ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)। ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଶିଶୁ ଗୃହର ଅନ୍ତେବାସୀ ଛାତ୍ର ଛାତ୍ରୀମାନଙ୍କ ବାର୍ଷିକ ଉତ୍ସବ "ମହକ" ସୁବର୍ଣ୍ଣପୁର ଜିଲ୍ଲାସ୍ଥିତ ସଂସ୍କୃତି ଭବନ ଠାରେ ଉଦଯାପିତ ହୋଇଥିଲା। ଏହି ଉତ୍ସବ "ମହକ" ପାଳନର ଉଦଯାପନୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ, ଡ଼ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀ ଶଙ୍କର୍ଷଣ ପଣ୍ଡା, ଅଧ୍ୟକ୍ଷା, ଜିଲ୍ଲା ଶିଶୁ ସୁରକ୍ଷା କମିଟି, ସୁବର୍ଣ୍ଣପୁର, ଡେପୁଟି ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର ଶ୍ରୀମତି ରେଣୁକା ସୁନା, କାର୍ଯ୍ୟକ୍ରମ ଅଧିକରୀ, ଶ୍ରୀମତି ବାସନ୍ତୀ ଭୋଇ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ,ସୁବର୍ଣ୍ଣପୁର, ଶ୍ରୀ ଅର୍ଜୁନ ମାଝୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରୀ ଚତୁର୍ଭୁଜ ଦାଶ ଯୋଗଦାନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ଏହି ମହକ ଉତ୍ସବ ରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଉତ୍କଳ ବାଲାଶ୍ରମ ସୋନପୁର ଓ ଭୀମ ଭୋଇ ଶିଶୁ ସଦନ, ବିଶେଶ୍ୱରପାଲି, ଲଛିପୁର ର ଅନ୍ତେବାସୀ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। "ମହକ" ଉତ୍ସବ ଉଦଯାପନୀ ଅବସରରେ ମୁଖ୍ୟ ଅତିଥି ଓ ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗିତା କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଉଦଯାପନୀ ଉତ୍ସବରେ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସଦସ୍ୟ ଶ୍ରୀ ଶାନ୍ତନୁ କର୍ଣ୍ଣ, ଶ୍ରୀ ହେମନ୍ତ କୁମାର ସା, ଶିଶୁ ସହାୟତା ହେଲ୍ପ ଲାଇନ ସଂଯୋଜକ ଶ୍ରୀ ସୁଜିତ୍ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ। ଉଦଯାପନୀ ଉତ୍ସବ ଶ୍ରୀ ବିଜୟ କୁମାର ବିଶ୍ବାଳ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଉତ୍ସବ ମହକ ଉତ୍ସବ ଗତ ଦୁଇଦିନ ବ୍ୟାପି ଅନୁଷ୍ଠିତ ହୋଇଥିଲା। ଗତକାଲି ତା ୧୭.୦୯।୨୦୨୫ ତାରିଖ ଦିନ ସୁବର୍ଣ୍ଣପୁର ସ୍ଥିତ ରାମେଶ୍ବର ଷ୍ଟାଡିୟମ୍ ଠାରେ ଉତ୍କଳ ବାଲାଶ୍ରମ୍ ସୋନପୁର ଓ ଭୀମ ଭୋଇ ଶିଶୁ ସଦନ, ବିଶେଶ୍ୱରପାଲି, ଲଛିପୂର ର ଅନ୍ତେବାସୀ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାରର କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କ୍ରୀଡ଼ା ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଚିତ୍ତରଞ୍ଜନ ମିଶ୍ର ଏହି ପ୍ରତିଯୋଗିତା ପରିଚାଳନା କରିଥିଲେ। କ୍ରୀଡ଼ା ପ୍ରତିଯୋଗିତା ଶେଷ ହେବାପରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର ଶ୍ରୀମତି ଅଞ୍ଜଳିନା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା କମିଟି ଅଧ୍ୟକ୍ଷ ଶ୍ରୀ ଶଙ୍କର୍ଷଣ ପଣ୍ଡା, ଜିଲ୍ଲା କ୍ରୀଡ଼ା ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଚିତ୍ତରଞ୍ଜନ ମିଶ୍ର ଓ ଅନ୍ୟ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା।ଆଜିର ଏହି ମହକ ଉତ୍ସବ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ପ୍ରଥମ ପର୍ଯ୍ୟାୟରେ ଉଭୟ ଉତ୍କଳ ବାଲାଶ୍ରମ ସୋନପୁର ଓ ଭୀମ ଭୋଇ ଶିଶୁ ସଦନ, ବିଶେଶ୍ୱରପାଲି, ଲଛିପୁର ର ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ତର୍କ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାର ବିଚାରକ ଭାବେ ଶ୍ରୀ ବ୍ରତାନନ୍ଦ ଭୋଇ ଓ ଶ୍ରୀ ଗିରିଶ ଚନ୍ଦ୍ର ତ୍ରିପାଠୀ ବିଚାରକ ଦାୟିତ୍ଵ ତୁଲାଇଥିଲେ। ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର ଶ୍ରୀମତି ଅଞ୍ଜଳିନା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା କମିଟି ଅଧ୍ୟକ୍ଷ ଶ୍ରୀ ଶଙ୍କର୍ଷଣ ପଣ୍ଡା ଓ ଜିଲ୍ଲା ସଂସ୍କୃତି ଅଧିକାରୀ,ସୁବର୍ଣ୍ଣପୁର ସୁଶ୍ରୀ ଯମୁନା ପ୍ରଧାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

0
0
0
s2sdefault