ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ମହିଳା ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଆନୁକୁଲ୍ୟରେ ବିଶ୍ଵ ପ୍ରାଥମିକ ସହାୟତା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ରାଣୀ ନାଥ ତାଙ୍କର ସଭାପତିତ୍ଵ ଅଭିଭାଷଣରେ ପ୍ରାଥମିକ ସହାୟତାର ଆବଶ୍ୟକତା ଓ ଉପକାରିତା ବିଷୟରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଝାରବନ୍ଧ ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ତଥା ପ୍ରାଥମିକ ସହାୟତା ପ୍ରଶିକ୍ଷକ ଡ଼ଃ ଖ୍ୟାତିମୟ ତ୍ରିପାଠୀ ଯୋଗଦେଇ ଛାତ୍ରୀମାନଙ୍କୁ ବିଭିନ୍ନ ଦୁର୍ଘଟଣା ତଥା ବିଭିନ୍ନ ଶାରୀରିକ ଅସୁସ୍ଥତା ଏବଂ ତାର ପ୍ରାଥମିକ ସହାୟତା ଓ ଉପଚାର ସମ୍ବନ୍ଧେ ବହୁତ ସୁନ୍ଦର ଭାବରେ ପ୍ରଶିକ୍ଷଣ ଦେଇଥିଲେ । ମହାବିଦ୍ୟାଳର ଯୁବ ରେଡକ୍ରସ କାଉନସିଲର ସୁଶ୍ରୀ ସଂଗୀତା ଗୌନ୍ତିଆ ପ୍ରାଥମିକ ସହାୟତାକୁ “ଜୀବନ ବଞ୍ଚାଇବା କୌଶଳ” ଭାବେ ବର୍ଣ୍ଣନା କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରିଶେଷରେ ଅନ୍ୟତମ କାଉନସିଲର ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନଙ୍କ ସହାୟତାରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।
ରାଜ୍ୟ
ମହିଳା ସ୍ନାତକ ମହାବିଦ୍ୟାଳୟରେ ପ୍ରାଥମିକ ସହାୟତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 5