ହେଡଲାଇନସ୍:

ଓଡ଼ଗାଁ କଲେଜ ରୋଡ଼ ପିଚୁ ରୋଡ଼ ଦବି ଗର୍ତ୍ତ ସୃଷ୍ଟି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ନୟାଗଡ଼-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ମୁଖ୍ୟ ସଡ଼କ କଲେଜ ରୋଡ଼ ସନ୍ତୋଷୀମା ମନ୍ଦିର ନିକଟ ଦବି ଏକ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏବଂ ଏହି ରାସ୍ତା ଦେଇ ଗମନାଗମନ କରୁଥିବା ଯାନବାହାନ ଚଳାଚଳଙ୍କ ସୂଚନା ନିମନ୍ତେ ଗର୍ତ୍ତ ମଧ୍ୟରେ ଏକ ଡାଳପୋତି ସଙ୍କେତ ଦିଆଯାଇଛି । ମାତ୍ର ୨୦ ଦିନ ତଳେ ଉକ୍ତ ରାସ୍ତାରେ ପିଚୁ ପଡ଼ିଥିବା ବେଳେ ଏବେ ସେହି ରାସ୍ତା ଦବି ଗର୍ତ୍ତ ସୃଷ୍ଟି ହେବାକୁ ନେଇ ନିର୍ମାଣ କାର୍ଯ୍ୟ ଉପରେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଓଡ଼ଗାଁ ଏନ୍ଏସି ଅଞ୍ଚଳ ମଧ୍ୟ ଦେଇ ଯାଇଥିବା ରାଜ୍ୟ ରାଜପଥର ପ୍ରଶସ୍ତି କରଣ କାର୍ଯ୍ୟ ବିଭିନ୍ନ ସମୟରେ ଚାଲିଥିବା ବେଳେ ସଡ଼କର ଉଭୟ ପାର୍ଶ୍ବରେ ନିକଟରେ ପକାଯାଇଥିବା ଫେଭର ବ୍ଳକ ଅବସ୍ଥା କଥା ନକହିବା ଭଲ । ଅନ୍ୟପକ୍ଷରେ ଗୋଟିଏ ପାର୍ଶ୍ୱରେ ପାଣିପାଇପ ଓ ଅନ୍ୟ ପାର୍ଶ୍ବରେ ଭୁତ୍ତଳ ବିଦ୍ୟୁତ୍ ଲାଇନ୍ ପଡ଼ିବା କାରଣରୁ ରାସ୍ତା ପାର୍ଶ୍ବକୁ ଖୋଳା ଯାଉଥିବାରୁ ଏହାର ଭିତିଭୂମି ମଧ୍ୟ ଅଧିକ ଦୃବଳ ହେଉଛି । ରାସ୍ତା ଦବିବା ସମ୍ପର୍କରେ ପଚାରି ବାରୁ ଆମେ ଖୁବଶୀଘ୍ର ମରାମତି କରାଇଦେବୁ ବୋଲି ପୃତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜିବ ବେହେରା କହିଛନ୍ତି ।

0
0
0
s2sdefault