ହେଡଲାଇନସ୍:

ଅଙ୍ଗୀନଦୀ ପାଣି ରେ ବୁଡି ଯାଇ ଯୁବକ ର ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୯/୦୮/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଦରଗୁଲା ଗ୍ରାମ ନିକଟ ଅଙ୍ଗୀ ନଦୀ ରେ ଭାସି ଯାଇ ଜଣେ ଯୁବକ ର ମୃତ୍ୟୁ ଘଟିଛି।ମୃତ ଯୁବକ ଡାବୁଗାଁ ଥାନା ଅନ୍ତର୍ଗତ କେରଣ୍ଡି ଗ୍ରାମ ର ଦୟମନ ଭତରା (୨୯) ବୋଲି ଜଣା ପଡିଛି। ଏ ନେଇ ମୃତକ ଙ୍କ ସମ୍ପର୍କୀୟ ଧନପତି ଭତରା ଡାବୁଗାଁ ଥାନାରେ ଏତଲା ଦେବାପରେ ପୁଲିସ ଏକ ମାମଲା ରୁଜୁ କରି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାଇ ଡାବୁଗାଁ ଥାନା ଅନ୍ତର୍ଗତ କେରଣ୍ଡି ଗ୍ରାମ ର ଦୟମନ ଭତରା (୨୯) ରବିବାର ସକାଳ ୧୦ ଘଣ୍ଟ ସମୟରେ ନିଜ ସାଇକେଲ ରେ କୌଣସି ଏକ କାର୍ଯ୍ୟରେ ତା ଶ୍ଵଶୁର ଘର ନିକଟ ଗିରିଲା ଗ୍ରାମକୁ ଯାଇଥିଲା। ସେଠାରେ କାର୍ଯ୍ୟ ସରିବା ପରେ ସନ୍ଧ୍ୟାରେ ପୁଣି ନିଜ ଗ୍ରାମ କେରଣ୍ଡି ଅଭିମୁଖେ ବାହାରି ଥିଲା। ତେବେ ଦରଗୁଲା ଗ୍ରାମ ନିକଟରେ ଥିବା ଅଙ୍ଗିନଦୀ ପାର କରିବା ସମୟରେ ଦୟମନ ଭାରସାମ୍ୟ ହରାଇ ନଦୀ ପାଣି ରେ ବୁଡି ଯାଇ ଥିଲେ। ଆଜି ଦିନ ପ୍ରାୟ ୧୨ ଘଣ୍ଟ ସମୟ ରେ ଦରଗୁଲା ଗ୍ରାମ ର କିଛି ଲୋକ କେରଣ୍ଡି ଗ୍ରାମ ର ଦୟମନ ଭତରା ର ଶବ ଅଙ୍ଗି ନଦୀ ପାଣି ରେ ଭାସୁଥିବା ଦେଖିଥିଲେ। ଏ ନେଇ ତୁରନ୍ତ କେରଣ୍ଡି ରେ ଥିବା ପରିବାର ଲୋକଙ୍କୁ ସୂଚନା ଦିଆଯିବା ପରେ ପରିବାର ଲୋକେ ଶବ ଚିହ୍ନଟ କରିଥିଲେ। ପରେ ମୃତ ଦୟମନ ଭତରା ର ସମ୍ପର୍କୀୟ ଦାଦା ଧନପତି ଭତରା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଦରଗୁଲା ଅଙ୍ଗିନଦୀ ରୁ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣା ପଡ଼ିଛି। ମୃତ ଦୟମନ ଭତରା ର ଦୁଇ ପୁଅ ସହ ଜଣେ ଝିଅ ରହିଥିବା ବେଳେ ଦୟମନ ର ମୃତ୍ୟୁ ପରେ ପରିବାର ବେସାହାରା ହୋଇ ପଡିଛନ୍ତି।

0
0
0
s2sdefault