ହେଡଲାଇନସ୍:

ମାନବ ଚାଲାଣକୁ ରୋକିଲା ବେଲଗୁଣ୍ଠା ପୋଲିସ: ରାଉରକେଲାରୁ ନାବାଳିକା ଉଦ୍ଧାର,୨ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ମାନବ ଚାଲାଣ କରୁଥିବା ଗ୍ୟାଙ୍ଗକୁ ପର୍ଦ୍ଦାଫାଶ କରିଛି ବେଲଗୁଣ୍ଠା ।ଏହି କାରନାମାରେ ଜଡିତ ଥିବା ୨ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।ପୋଲିସ ସୁତ୍ରରୁ ମିଳିଥିବା ସୁଚନା ଅନୁସାରେ,ବେଲଗୁଣ୍ଠା ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟସ୍ଥ ନବରତ୍ନପୁର ଗ୍ରାମର ଦୈନିକ ନାବାଳିକା ବେଲଗୁଣ୍ଠା ମହିଳା ମହାବିଦ୍ୟାଳୟରେ ପଢୁଥିଲେ ।ସେହି କଲେଜ୍ ରେ ଆସିକା ଥାନା ଅନ୍ତର୍ଗତ ଅସୁରେଇପଲ୍ଲି ଗ୍ରାମର ଗେରେଜ୍ କରିଥିବା କାହ୍ନୁ ଚରଣ ରାଉତଙ୍କ ପତ୍ନୀ ପ୍ରଭାସିନୀ ରାଉତ@ନାୟକ ନାମକ ଜଣେ ବିବାହିତା ଯୁବତୀ ମଧ୍ୟ ନାମ ଲେଖାଇଥିଲେ ।ଗୋଟିଏ କଲେଜରେ ପଢିବା ଯୋଗୁଁ ଦୁହେଁ ପରସ୍ପରର ବାନ୍ଧବୀ ପାଲଟିଥିଲେ ଏବଂ ବନ୍ଧୁତା ନିବିଡ ହେବା ସହିତ ନାବାଳିକା ଜଣକ ପ୍ରଭାସିନୀକୁ ନିଜ ଘରକୁ ମଧ୍ୟ ବେଳେ ବେଳେ ନେଉଥିଲେ ।ଏହା ମଧ୍ୟରେ ପ୍ରଭାସିନୀଙ୍କ ସ୍ୱାମୀ କାହ୍ନୁଙ୍କ ସହିତ ନାବାଳିକାଙ୍କ କଥାବାର୍ତ୍ତା ମଧ୍ୟ ହେଉଥିଲା । ଏହାରି ମଧ୍ୟରେ କାହ୍ନୁ ର ଅଜାଣତରେ ତା ସ୍ତ୍ରୀ ପ୍ରଭାସିନୀଙ୍କ ଗ୍ୟାରେଜ୍ ରେ କାମ କରୁଥିବା ଜଣେ ଯୁବକ ପପୁ ସହିତ ସମ୍ପର୍କ ବୃଦ୍ଧି କରିଥିଲା ।ଏହା କାହ୍ନୁ ଜାଣିବା ପରେ ପ୍ରଭାସିନୀ ଓ କାହ୍ନୁ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହାରି ସୁଯୋଗରେ କାହ୍ନୁ ଜୈନିକ ନାବାଳିକାକୁ ଭାବପ୍ରବଣ ହୋଇ ତାଙ୍କୁ ଭଲ ପାଉଛନ୍ତି ବୋଲି କହି ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ ।ଏଥି ସହିତ କାହ୍ନୁ ପ୍ରଭାସିନୀଙ୍କୁ
ଛାଡ଼ପତ୍ର ଦେଲା ପରେ ପପୁ ସହିତ ପ୍ରଭାସିନୀ ବିବାହ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏଥିରେ ନାବାଳିକା ଜଣକ କାହ୍ନୁର ପ୍ରସ୍ତାବରେ ରାଜି ହୋଇଗଲେ ।ପରେ ଗତ ୧୪ ତାରିଖ ଦିନ ପ୍ରଭାସିନୀ ଓ କାହ୍ନୁ ନାବାଳିକାକୁ ନିଜ ଘରକୁ ଡାକିଥିଲେ ।ସେ ଘରେ କଲେଜ ଯାଉଛି କହି,ବସ ରେ ପଳେଇ ଯାଇଥିଲେ ।ସେଠାରେ କାହ୍ନୁ ଓ ପ୍ରଭାସିନୀ ପ୍ରଥମେ ବ୍ରହ୍ମପୁର ପରେ ଆସିକା ଯାଇ ସେଠାରୁ ବସ୍ ରେ ରାଉରକେଲା କାହ୍ନୁର ଭଉଣୀ ଘରକୁ ଯାଇଥିଲେ ।କିନ୍ତୁ ସେ ଜାଣିବାକୁ ପାଇଥିଲେ କାହ୍ନୁ ପୁର୍ବରୁ ବିବାହିତ ଓ ୫ ବର୍ଷର ପୁଅଟିଏ ଅଛି । ପୁଣି ପ୍ରଥମ ସ୍ତ୍ରୀ କୁ ଛାଡି ଏବେ ପ୍ରଭାସିନୀ ସହିତ ରହୁଛି । ସେପରି ପ୍ରଭାସିନୀ ମଧ୍ୟ ପ୍ରଥମ ସ୍ୱାମୀକୁ ଛାଡ଼ି କାହ୍ନୁ ସହିତ ରହୁଛି । ଠକାମୀର ଶିକାର ହେବା ଜାଣିବା ପରେ ସମସ୍ତ ବିଷୟ ନିଜ ପରିବାରକୁ ଫୋନ୍ ଦ୍ବାରା ଜଣାଇ ଥିଲେ । ପରିବାର ଲୋକେ ବେଲଗୁଣ୍ଠା ଥାନାରେ ଆସି ଅଭିଯୋଗ କରିଥିଲେ ।ବେଲଗୁଣ୍ଠା ପୋଲିସ ୪୦୭/୨୫ ରେ ମାମଲା ରୁଜୁ କରି ପରିବାର ସହିତ ରାଉରକେଲା ଗସ୍ତ କରି ସେକ୍ଟର ୧୬ ସାମ୍ନା ଏକ ବସ୍ତି ରୁ ନାବାଳିକା କୁ ଉଦ୍ଧାର କରିଥିଲେ । କାହ୍ନୁ ଓ ପ୍ରଭାସିନୀ ମାନବ ଚାଲାଣ ରେ ସଂପୃକ୍ତ ଏବଂ ନାବାଳିକାକୁ ଚାଲାଣ କରି ଦେହ ବ୍ୟବସାୟରେ ସଂପୃକ୍ତ କରାଇବା ପାଇଁ ଯୋଜନା କରୁଥିବା ପୋଲିସ୍ ସୁତ୍ରରୁ ପ୍ରକାଶ ।ନାବାଳିକାର ବୟାନ ଅନୁସାରେ,ବେଲଗୁଣ୍ଠା ପୋଲିସ କାହ୍ନୁ ଓ ପ୍ରଭାସିନୀକୁ ଗିରଫ ପରି ଭାରତୀୟ ନ୍ୟାୟ ସଂହିତା ୧୩୭(୨)/୧୪୩(୪)/୩(୫) ଆଧାରରେ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାର ତଦନ୍ତ ଭାର ଏସ୍ଆଇ ଅଭୟ କୁମାର ପ୍ରଧାନ ନେଇଥିବା ବେଳେ ଏହାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବା ନେଇ ଥାନାଧିକାରୀ ରେବତୀ ଶବର ପ୍ରକାଶ କରିଛନ୍ତି ।

0
0
0
s2sdefault