ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର.ଟି.ଓ) ପକ୍ଷରୁ ସଡ଼କ ଦୁର୍ଘଟଣା ରୋକିବା ପାଇଁ ଅଭିନବ ପ୍ରୟାସ ଆରମ୍ଭ ହୋଇଛି ଶୁକ୍ରବାର ଅର୍ଥାତ୍ ଅଗଷ୍ଟ ଆଠ ତାରିଖ ୨୦୨୫ ଦିନ ଭଞ୍ଜନଗର ଆର୍. ଟି.ଓ କାର୍ଯ୍ୟାଳୟ ପକ୍ଷରୁ ସହରର ଖାଲାସିସାହି ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଛକ ଠାରେ ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଏହି ସମୟରେ ରାସ୍ତାରେ ଯେଉଁମାନେ ହେଲମେଟ୍ ପିନ୍ଧିଥିଲେ ଓ ନପିନ୍ଧି ବାଇକ୍ ରେ ଯାଉଥିଲେ ସେମାନଙ୍କୁ ରାକ୍ଷୀ ବାନ୍ଧି ସଚେତନତା ଓ ଧନ୍ୟବାଦ୍ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ହାଇସ୍କୁଲ ଛକରେ ଲୋକଙ୍କୁ ସଚେତନ କରାଯାଇଥିଲା । ଏଥିରେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲୋ । କାର୍ଯ୍ୟକ୍ରମକୁ ବିପଦର ବନ୍ଧୁ ର ସଦସ୍ୟ ଅରକ୍ଷିତ ପରିଚ୍ଛା ସଂଯୋଜନା କରିଥିବାର ଦେଖାଯାଇଥିଲା। ଏହି ଅବସରରେ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧକ୍ଷ ଡ ସୁଶାନ୍ତ କୁମାର ମଲ୍ଲିକ, ଏମ୍ ଭି ଆଇ ବା ମଟର୍ ଭେଇକାଲ୍ ଇନ୍ସପେକ୍ଟର ଶ୍ରୀମତୀ ଶର୍ମିଲା ମହାରଣା ଉପସ୍ଥିତ ଥିଲେ। ଏଥିରେ ବିଶିଷ୍ଟ ସମାଜସେବୀ ମୁରଲୀଧର ପଣ୍ଡା ମଧ୍ୟ ଉପସ୍ଥିତ ହୋଇ ଏହି ସଚେତନତା କାର୍ଯ୍ୟକ୍ରମ ରେ ସମାଜ କଲ୍ୟାଣ ଓ ସାଧାରଣ ଗାଡ଼ି ଚାଳକଙ୍କ ସୁରକ୍ଷିତ ଜିବନ ଉପରେ ନିଜର କେଇପଦ ବକ୍ତବ୍ୟ ରଖିଥିଲେ। ଏଥିରେ ଭଞ୍ଜନଗର ଆର୍ ଟି ଓ ଏବଂ ଏମ୍ ଭି ଆଇ ସମସ୍ତ ଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ। ଆଜିର ଏହି ସଚେତନତା କାର୍ଯ୍ୟକ୍ରମ ରେ ଭଞ୍ଜନଗରର ଅନେକ ବ୍ୟକ୍ତି ଙ୍କ ସହିତ ନେକ୍ସଟଜେନ କମ୍ପ୍ୟୁଟର ଏକାଡେମୀର କର୍ମକର୍ତ୍ତା ପ୍ରଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲୋ
ରାଜ୍ୟ
ଆର୍ .ଟି.ଓ ଙ୍କ ଉପସ୍ଥିତି ରେ ରକ୍ଷା ବନ୍ଧନ କରି ସଚେତନ କରାଇଲେ କଲେଜ୍ ଛାତ୍ରୀ
- Hits: 81