ସୁବର୍ଣ୍ଣପୁର ଶାସକ ପ୍ରସାଶକ)ସୁବର୍ଣ୍ଣପୁର ଜିଲ୍ଲାରେ ବେଟି ବଚାଓ, ବେଟି ପଢ଼ାଓ ଯୋଜନା (BBBP Scheme) କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ବିଭାଗର ଯୋଜନା ଗୁଡିକର ଜିଲ୍ଲା ସ୍ତରୀୟ ଏକତ୍ରିକରଣ ବୈଠକ ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଅଞ୍ଜଳୀନା ପ୍ରଧାନ, ଉପ- ଜିଲ୍ଲାପାଳ ସୋମାରୁପା ରଥ, ସମ୍ପାଦକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ,ଜିଲ୍ଲାର ସମସ୍ତ ସମ୍ୱନୀତ ଶିଶୁ ବିକାଶ ପ୍ରକଳ୍ପ ଗୁଡିକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନେ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଏକତ୍ରିକରଣ ବା Convergence ବୈଠକରେ ସମ୍ପାଦକ , ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତଭୁକ୍ତିକରଣ ଅଧିକାରୀ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଓ ଉପସ୍ଥିତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ନିଜ ନିଜ ବିଭାଗର ବିଭିନ୍ନ ଯୋଜନା ଗୁଡିକକୁ ବେଟି ବଚାଓ, ବେଟି ପଢାଓ ଯୋଜନା ସହିତ ଏକତ୍ରିକରଣ ବା Convergence କରିବା ପାଇଁ ଉପସ୍ଥାପନ କରିଥିଲେ ।ସୁବର୍ଣ୍ଣପୁର ଜିଲ୍ଲାରେ ବେଟି ବଚାଓ, ବେଟି ପଢାଓ ଯୋଜନା ସହିତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗ ଗୁଡିକର ଯୋଗ୍ୟ ଯୋଜନା ଗୁଡ଼ିକ ସହିତ ଏକତ୍ରୀକରଣ ବା convergence କରିବା ପାଇଁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପରାମର୍ଶ ଦେଇଥିଲେ। ଶେଷରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ରାଜ୍ୟ
ସୁବର୍ଣ୍ଣପୁର ଜିଲ୍ଲାରେ ବେଟି ବଚାଓ, ବେଟି ପଢ଼ାଓ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ବିଭାଗର ଯୋଜନା ଗୁଡିକର ଜିଲ୍ଲା ସ୍ତରୀୟ ଏକତ୍ରିକରଣ ବୈଠକ
- Hits: 7