ହେଡଲାଇନସ୍:

ଓଡ଼ିଆ ନାମ ଫଳକ ଲେଖିଲେ ଟ୍ରେଡ ଲାଇସେନ୍ସ ପାଇଁ ମିଳିବ ୫ ପ୍ରତିଶତ ରିହାତି,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜରିର ବ୍ୟବହାର କମାଇବା ସହ ଗାଈଗୋରୁ ଘରେ ବାନ୍ଧି ରଖିବାକୁ ନିର୍ଦ୍ଦେଶ,

ଓଡ଼ଗାଁ,୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ବ୍ୟବସାୟିକ ପ୍ରତିଷ୍ଠାନ ମାନେ ଓଡ଼ିଆରେ ନାମ ଫଳକ ଲେଖିଲେ ଟ୍ରେଡ ଲାଇସେନ୍ସ ପାଇଁ ୫ ପ୍ରତିଶତ ରିହାତି ଘୋଷଣା କରିଛନ୍ତି । ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ତଥା ଦୋକାନ, ବଜାରର ଗୁଡ଼ିକ ନିଜର ନାମ ଫଳକକୁ ଶୁଦ୍ଧ ଓଡିଆ ଭାଷାରେ ଲେଖିବେ । ଏବଂ ଆଗାମୀ ୧୫ ଦିନ ମଧ୍ୟରେ ସମସ୍ତ ବ୍ୟବସାୟି ଟ୍ରେଡ ଲାଇସେନ୍ସ କରାଇବା ପାଇଁ ମଧ୍ୟ ଘୋଷଣା କରିଛନ୍ତି । ଏଥି ନିମନ୍ତେ କାଯ୍ୟାଳୟରେ ସ୍ବତନ୍ତ୍ର ସେଲର ସୁବିଧା ରହିବ । ତେବେ ଯେଉଁ ପ୍ରତିଷ୍ଠାନ ବିନା ଲାଇସେନ୍ସରେ ବ୍ୟବସାୟ କରିବେ ତାଙ୍କ ଠାରୁ ଜରିମାନା ଆଦାୟ ହେବ । ଏଥିସହିତ ଶୁଦ୍ଧ ଓଡ଼ିଆ ଭାଷାରେ ନାମ ଫଳକ ଲେଖିଥିବାର ପ୍ରମାଣ ରହିଲେ ଲାଇସେନ୍ସ ବେଳେ ୫ ପ୍ରତିଶତ ରିହାତି ଦିଆଯିବ ।
ଏଥିସହିତ ସହରକୁ ଆବର୍ଜନା ମୁକ୍ତ ଓ ସରସ ସୁନ୍ଦର ରଖିବା ପାଇଁ ପ୍ରତ୍ୟେକ ସଚେତନ ନାଗରିକଙ୍କୁ ପ୍ଲାଷ୍ଟିକ ବ୍ୟବହାରକୁ ବର୍ଜନ ପାଇଁ ଆହ୍ୱାନ ଦେଇଛନ୍ତି । ଏବଂ ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣା ଦୁରେଇବା ପାଇଁ ବୁଲା ଗାଈ, କୁକୁର ଏକ ପ୍ରମୁଖ ଭାବେ ଦାୟୀ । ପ୍ରତ୍ୟେକ ଲୋକ ନିଜ ନିଜର ଗୃହ ପାଳିତ ପଶୁଙ୍କୁ ରାସ୍ତାରେ ବାନ୍ଧନ୍ତୁ ନାହିଁ ଏବଂ ରାସ୍ତାରେ ମଧ୍ୟ ଛାଡନ୍ତୁ ନାହିଁ । ଏହାକୁ ଅବମାନନା କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ଏତଦବ୍ୟତୀତ ଆଗାମୀ ୩୧ ତାରିଖ ସ୍ବାୟତ ଶାସନ ଦିବସ ପର୍ଯ୍ୟନ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଚାଲିଥିବା ସଚେତନ ଧର୍ମି ସ୍ବତନ୍ତ୍ର ସଫେଇ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ଓଡଗାଁ ବାସୀ ସହଯୋଗ କରନ୍ତୁ ବୋଲି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା କହିଛନ୍ତି ।

0
0
0
s2sdefault