ହେଡଲାଇନସ୍:

ପଞ୍ଜିକରଣ ପାଇଁ ନୁଆଁ ନିୟମ କୋହଳ ଦାବି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର:-୨୦୨୫ ଖରିଫ ଧାନ ବିକ୍ରି ପଞ୍ଜିକରଣ ନୂତନ ବ୍ୟବସ୍ଥା ର ଜଟିଳତା ପ୍ରସଙ୍ଗରେ ସମାଧାନ ପାଇଁ ସଂଯୁକ୍ତ କୃଷକ ସଂଗଠନ ଏବଂ ପ୍ରଶାସନିକ ପ୍ରତିନିଧି ଜିଲ୍ଲା ଉପନିବନ୍ଧକ ଅଧିକାରୀ ଯୁଗଳ ଦାସ, ARCS ରାଧେ ମେହେର ଙ୍କ ସହିତ ଦ୍ବିପକ୍ଷୀକ ଆଲୋଚନା ହୋଇଯାଇଛି। ଆଲୋଚନା ରେ ସଂଗଠନ ପ୍ରତିନିଧି ମାନଙ୍କ ଗୋଟିଏ ଯୁକ୍ତି ରାଜ୍ୟ ଧାନ ସଂଗ୍ରହ ନୀତି ଅନୁସାରେ ଚାଷ କରିଥିବା ସମସ୍ତ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ସରକାର ଏମ ଏସ ପି ମୂଲ୍ୟରେ କିଣିବେ। ଏବଂ କୌଣସି ଚାଷୀଙ୍କୁ ହଇରାଣ ନକରି ବ୍ୟବସ୍ଥିତ ଢଙ୍ଗରେ ଯେମିତି ସମସ୍ତ ଚାଷି ସୁଚାରୁ ରୂପେ ଧାନ ବିକ୍ରି କରିପାରିବେ ସେ ଦିଗରେ ରାଜ୍ୟସରକାର ବ୍ୟବସ୍ଥା କରାଯିବ। ତାହାହେଲେ କାହିଁକି ଚାଷ ସମୟରେ ଚାଷୀମାନଙ୍କୁ ପଞ୍ଜିକରଣ ପାଇଁ ବଂଶାବଳି ସହିତ ଉତ୍ତରାଧିକାରୀ ମାନଙ୍କ ସହମତି ଆବଶ୍ୟକ ଯାହା ଗୋଟିଏ ଚାଷି ପକ୍ଷରେ ଅସମ୍ଭବ ହୋଇ ପଡୁଛି ଏବଂ ବରଗଡ଼ ଜିଲ୍ଲାର ଅନେକ ଗ୍ରାମରେ ଚକ ଆଇନ ଦୁଃସପରିଣାମ ଅଛି। ଗୋଟିଏ ଗୋଟିଏ ପରିବାରରେ ଉତ୍ତରାଧିକାରୀ ନାହିଁ ଏବଂ ମନ୍ଦିର ଗ୍ରାମ୍ୟ ଜମି ର କିଏ ଉତ୍ତରାଧିକାରୀ ଯେ ସହମିତି ପତ୍ର ଦେବ ଯଦି ସରଳ କରା ନ ଯାଏ ତାହାହେଲେ ପଞ୍ଜିକରଣ ରୁ ଚାଷି ବଞ୍ଚିତ ହେବେ,ଦଲାଳି ବଢିବ, ଖାଦ୍ୟ ସଙ୍କଟ ଦେଖାଦେବ, କୃଷି ଅର୍ଥ ନୀତି ଉପରେ ଗଭୀର ପ୍ରଭାବ ପଡିବ ଏବଂ ଉତ୍ତରାଧିକାରୀ ମାନଙ୍କ ମଧ୍ୟରେ ତିକ୍ତତା ବଢିବ ଏଣୁ ଅନେକ ସମସ୍ୟା ର ଗୋଟିଏ ସମାଧାନ ଗତ ବର୍ଷ ମାନଙ୍କରେ ଯେଉଁ ପଞ୍ଜିକରଣ ରେ ଅଭିଯୋଗ ନାହିଁ ତାହା ଗତ ବର୍ଷ ପରି ପଦ୍ଧତି ରେ ଧାନ କାର୍ଡ ତିଆରୀ କରାଯାଉ ଏବଂ ଯେଉଁଠି ଅଭିଯୋଗ ଅଛି ସେ କ୍ଷେତ୍ରରେ ସହମତି ପତ୍ର ବାଧ୍ୟତାମୂଳକ କରାଯାଉ ବୋଲି ସଂଗଠନ ଦାବୀ ରଖୀଅଛି। ପରିଶେଷରେ ଜିଲ୍ଲାପାଳ ନେତୃତ୍ୱ ରେ ସମସ୍ତ ଅଗ୍ରଣୀ କୃଷକ ସଂଗଠନ ମାନଙ୍କ ପ୍ରତିନିଧି ମାନଙ୍କୁ ଡାକି ଧାନ ବିକ୍ରି ପଞ୍ଜିକରଣ ପ୍ରସଙ୍ଗରେ ପୁ୍ଖାନୁପୁଙ୍ଖ ଆଲୋଚନା କରାଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି। ଯଦି ସମାଧାନ କରା ନ ଯାଏ ତାହାହେଲେ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଦେବ ସେଥିପାଇଁ ଜିଲ୍ଲାପ୍ରଶାସନ ଦାଇ ରହିବ ବୋଲି କହିଛନ୍ତି। ସଂଗଠନ ପ୍ରତିନିଧି ମାନଙ୍କ ମଧ୍ୟରେ ଉପଦେଷ୍ଟା ଉତ୍ପନ୍ନ ଭୋଇ, ରମେଶ ମହାପାତ୍ର, ସୁଦାମ ପାତ୍ର, ବିକାଶ ମାଝୀ, ମୋତିଲାଲ ମହାକୁଡ଼, ଭିଜନ ପାଢ଼ୀ, ଟିଣ୍ଟୁ ହୋତା, ତପନ ମିଶ୍ର, କାରଣ ସାହୁ, ଦିବାକର ପଧାନ, ରବିଶଙ୍କର ପଧାନ, ସୁରେଶ ନିକେଣ୍ଟି ସମେତ ଅନେକ ସଦସ୍ୟ ଆଲୋଚନା ରେ ଅଂଶ ଗ୍ରହଣ କରିଛନ୍ତି।

0
0
0
s2sdefault