ହେଡଲାଇନସ୍:

ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ବିକ୍ଷୋଭ ପ୍ରଦର୍ଶନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣୁପର:ବିଭିନ୍ନ ଦାବି ନେଇ ଗୁଣପୁର ବ୍ଲକ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ତଥା ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଜଲଯ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ବ୍ଲକ ଗ୍ରାଣ୍ଟ ଶିକ୍ଷକମାନଙ୍କୁ ପକ୍ଷରୁ ୬ ଦଫା ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସବିତା ଗମାଙ୍ଗ, ଲକ୍ଷ୍ମୀ ବେହେରାଙ୍କୁ ପ୍ରଦାନ କରାଯାଇଛି । ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଅନୁଦାନ ପ୍ରଦାନ କରିବା , ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ,ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରୁ ଅବସର ନେଇଥିବା ଓ ଅବସର ନେବାକୁ ଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ଚାକିରି ସର୍ତାବଲୀ ,ପେନସେନ ଓ ଅବସରକାଳୀନ ସୁବିଧା ଯୋଗାଇଦେବା ଇତ୍ୟାଦି ପ୍ରମୁଖ ଦାବି ସହ ଅନ୍ୟାନ୍ୟ ଦାବି ଉକ୍ତ ସ୍ମାରକପତ୍ରରେ ଉଲେଖ ରହିଥିଲା । ଗୁଣପୁର ବ୍ଲକ ରେ ଥିବା 5 ଗୋଟି ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀ ମାନେ ପ୍ରାୟ 40 ରୁ ଉର୍ଦ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l ସରକାର ତୁରନ୍ତ ଦାଵୀ ଗୁଡିକ ପୂରଣ ନକରିଲେ ଆଗାମୀ ଦିନରେ ଆନ୍ଦୋଳନ ଜିଲ୍ଲା ସ୍ତର କୁ ଏବଂ ଆସନ୍ତା ଅଗଷ୍ଟ 16 ତାରିଖ ରେ ଭୁବନେଶ୍ୱର ରାଜ ରାସ୍ତା ରେ ଆନ୍ଦୋଳନ ହେବ ବୋଲି ଶିକ୍ଷକ ମାନେ ଜଣାଇ ଥିଲେ l ଏହି ବିକ୍ଷୋଭ ବେଳେ ଓସ୍ତା ସଙ୍ଘ ର ବ୍ଲକ ସମ୍ପାଦକ ପଦ୍ମନାଭ ବେହେରା, ଘାସିରାମ ରଥ, ଘନlନ୍ତ୍ରୀ ଉଚ୍ଚ ବିଦ୍ୟାଳୟ କର୍ମଚାରୀ ସମୂହ, ଇନ୍ଦିରା ମହାପାତ୍ର, ମଧୁସୂଦନ ପଟନାୟକ, ରବି ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି

0
0
0
s2sdefault