ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଖୋର୍ଦ୍ଧା ଏସ୍.ପି ଙ୍କୁ ଭେଟିଲେ ସାମ୍ୱାଦିକ
ଖୋର୍ଦ୍ଧାରୁ (ଶେକ ଜାଫର) : ଗତ ଏପ୍ରିଲ୍ ମାସରେ ଏକ ନାବାଳିକାର ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ ଘଟଣାରେ ଖବର ପ୍ରସାରଣ କୁ ନେଇ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଜଣେ କାର୍ଯ୍ୟରତ ସାମ୍ବାଦିକକୁ ଅଭିଯୁକ୍ତର ସଂପର୍କୀୟ ମାନେ ସଂଗବଦ୍ଧ ହୋଇ କରିଛନ୍ତି ଆକ୍ରମଣ । ଜଣେ ୪ ବର୍ଷର ଶିଶୁକନ୍ୟାକୁ ପ୍ରଲୋଭିତ କରି ତାର ଅଶ୍ଳୀଳ ଫଟୋକୁ ପର୍ନ ସାଇଟ୍ରେ ଲକ୍ଷାଧିକ ଟଙ୍କାରେ ବିକିଵା ସହିତ ସେହି ଭିଜୁଆଲ କୁ ଭାଇରାଲ କରିବା ଘଟଣାରେ ନାଚୁଣୀ ଥାନା ଅଧୀନ ହରିଚନ୍ଦନପୁର ଗ୍ରାମର ଅଭିଯୁକ୍ତ ଦୋଳଗୋବିନ୍ଦ ଜେନା ନାମକ ବ୍ୟକ୍ତିକୁ ଦିଲ୍ଲୀ ସିବିଆଇ ଟିମ୍ ଆସି ଗିରଫ କରିଥିଲା। ଏହି ଘଟଣାକୁ ନିଜ ଖବରକାଗଜ ଦୈନିକ ଖବର କାଗଜ ଧରିତ୍ରୀରେ ଖବର ପ୍ରକାଶନ କରିଥଲେ। ଆଉ ଏହି ଘଟଣାକୁ ନେଇ ଗତ କାଲି ରାତିରେ ବାଣପୁର ଅଞ୍ଚଳର ଖବରଦାତା ଦିଲ୍ଲୀପ ସ୍ବାଇଁଙ୍କୁ ଗମ୍ଭାରୀମୁଣ୍ଡା ଛକରେ ଅଭିଯୁକ୍ତ ଦୋଳଗୋବିନ୍ଦ ଜେନାର ସଂପର୍କୀୟ ଭିଣୋଇ ଟୁଟୁ ସାମନ୍ତରାୟ ଓ ଖଜୁରିଆ କେତେକ ବ୍ୟକ୍ତି ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଛନ୍ତି। ଫଳରେ ଦିଲ୍ଲୀପ ଗୁରୁତର ଏବେ ଭୁବନେଶ୍ବର ଏମସ୍ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମ ଠାରୁ ନେଇ ରାଜନୈତିକ ଏବଂ ବୁଦ୍ଧିଜୀବି ମହଲରେ ନିନ୍ଦା କରା କରାଯାଇଛି । ତେବେ ଆକ୍ରମଣକୁ ଚପାଇ ଦେବାକୁ ଚାଲିଛି ବଡ଼ ଧରଣର ଯୋଜନା । କାରଣ ଟୁଟୁ ସାମନ୍ତରାୟ ଶାସକ ବିଜେପି ଦଳର ବାଣପୁର ଅଞ୍ଚଳରେ ଜଣେ ସକ୍ରିୟ ସଦସ୍ୟ ସହିତ ମଣ୍ଡଳ ସଭାପତି ମଧ୍ୟ । ତା ସହିତ ସବୁଠୁ ବଡ଼ କଥା ହେଉଛି, ଖୋଦ୍ ଆଇନମନ୍ତ୍ରୀ ପୃଥ୍ବୀରାଜ୍ ହରିଚନ୍ଦନଙ୍କ ନିଜ ପଞ୍ଚାୟତରେ ଏହି ଘଟଣା ଘଟିଛି। ତେଣୁ ବର୍ତ୍ତମାନ ଆଘାତପ୍ରାପ୍ତ ସାମ୍ୱାଦିକଙ୍କୁ ନ୍ୟାୟ ଦେବାରେ ଟାଳଟୁଳ ନୀତି ପୋଲିସ ଆପଣେଇବ ବୋଲି ସନ୍ଦେହ ପ୍ରକଟ କରି ଆଜି ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ଓ.ୟୁ.ଡବ୍ଲ୍ୟୁ.ଜେ) ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ସଂଘର ସଭାପତି ପ୍ରକାଶ ହାତୀଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ସାମ୍ୱାଦିକ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଉପଯୁକ୍ତ ତଦନ୍ତ ସହିତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।