ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସ ଗତକାଲି ରାତିରେ ତୁଳସୀପୁର ଗ୍ରାମର ମହେଶ୍ୱର ପ୍ରଧାନଙ୍କୁ ଥାନାକୁ ଉଠାଇ ଆଣିଥିବା ବେଳେ ଆଜି ଶତାଧିକ ଗ୍ରାମବାସୀ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ଦାବି ଜଣାଇଛନ୍ତି । ତାଙ୍କ ଗ୍ରାମର ଜଣେ ମହିଳା ଓ ତାଙ୍କ ଦୁଇ ଝିଅ ନିଶା କାରବାର ସହ ଅନୈତିକ ବ୍ୟବସାୟ କରୁଥିବା ନେଇ ଅଭିଯୋଗ କରିଛନ୍ତି । ଯଦି ଏହାକୁ ଗ୍ରାମବାସୀ ବିରୋଧ କରୁଛନ୍ତି, ତେବେ ଉକ୍ତ ମହିଳା ଦୁଷ୍କର୍ମ ଅଭିଯୋଗ ଆଣୁଥିବା ଗ୍ରାମବାସୀ ଲିଖିତ ଭାବେ ଜଣାଇଛନ୍ତି । ସୂଚନାନସୁାରେ, ଗତକାଲି ରାତିରେ ତୁଳସୀପୁର ଗ୍ରାମର ଜଣେ ଯୁବତୀ ମାତ୍ରାଧିକ ଔଷଧ ସେବନ କରି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତୀ ହୋଇଥିଲେ । ପୁଲିସ ତାଙ୍କ ଅଭିଯୋଗ ଶୁଣୁନଥିବା କହିଥିଲେ । ଯୁବତୀ ଓ ତାଙ୍କ ପରିବାରକୁ ଜଣେ ଯୁବକ କିଛି ସହଯୋଗୀଙ୍କ ଜରିଆରେ ହଇରାଣ କରୁଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରିଥିବା ବେଳେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଯୁବତୀ ମାନସିକ ଅବସାଦରେ ମାତ୍ରାଧିକ ଔଷଧ ସେବନ କରିଥିଲେ । ଫଳରେ ପୁଲିସ ଉକ୍ତ ଯୁବକ ମହେଶ୍ୱରଙ୍କୁ ଥାନାକୁ ଉଠାଇ ଆଣିଥିଲା । ଆଜି ତୁଳସୀପୁର ଗ୍ରାମର ଶହ ଶହ ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଉକ୍ତ ଯୁବତୀ, ତାଙ୍କ ମାଆ ଓ ସାନଭଉଣୀ ନାମରେ ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି । ଏହା ସହିତ ନୟାଗଡ଼ ଟାଉନଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଘରେ କେହି ପୁରୁଷ ଲୋକ ରହୁନଥିବାରୁ ଉକ୍ତ ଯୁବତୀ, ତାଙ୍କ ମାଆ ଓ ଭଉଣୀ ବ୍ୟାପକ ପରିମାଣର ନିଶା କାରବାର କରୁଥିବା ଏବଂ ଅନୈତିକ ବ୍ୟବସାୟ କରୁଥିବା ନେଇ ଗ୍ରାମବାସୀ ଏତଲା ଦେଇଛନ୍ତି । ତୁରନ୍ତ ସେମାନଙ୍କୁ ଗିରଫ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ନତୁବା ଗ୍ରାମବାସୀ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ରାଜ୍ୟ
ଜିଲ୍ଲାପାଳଙ୍କୁ ଦାବି ଜଣାଇଲେ ତୁଳସୀପୁର ଗ୍ରାମବାସୀ: ମହିଳା କରୁଛନ୍ତି ନିଶା କାରବାର
- Hits: 200