ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ସହୀଦ ମେମୋରିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଏନ୍ ଏସ ଏସ ପକ୍ଷ ରୁ ଏକ ଓରିଏଣ୍ଟେସନ୍ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବରିଷ୍ଠ ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିବା ସହ ଏନ୍ ଏସ ଏସ ର ଲକ୍ଷ୍ୟ ଓ ଆଦର୍ଶ ସହିତ ସମାଜ ସେବା ରେ ଆଭିମୁଖ୍ୟ ବାବଦ ରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଭୋଳା ନାଥ ବାରିକ ଙ୍କ ସଭାପତିତ୍ବ ରେ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ହୃଷୀକେଶ ଅଗସ୍ତି, ଅଧ୍ୟାପିକା ପ୍ରତ୍ୟାଶା ଜେନା, ଅଧ୍ୟାପିକା ପ୍ରଭାସିନୀ ରାଉଳ, ଅଧ୍ୟାପକ ଶଙ୍କର ମାଝୀ , ପ୍ରୀତି ପ୍ରଭା ମଲ୍ଲିକ, ଅଧ୍ୟାପକ ଜ ସୋବନ୍ତ ଦାସ, ଉପସ୍ଥିତ ରହି ଥିଲେ। ଅଧ୍ୟାପକ ରାଜ କିଶୋର ବାରିକ୍ ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ରାଜ୍ୟ
ଏନ୍ ଏସ ଏସ (ଜାତୀୟ ସେବା ଯୋଜନା)ଓରିଏଣ୍ଟେଶନ କାର୍ଯ୍ୟ କ୍ରମ ଅନୁଷ୍ଠିତ।
- Hits: 4