କେନ୍ଦୁଝର/ସୁନ୍ଦରଗଡ଼ : ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍ /ଏନ୍ଏସ୍ ଇଣ୍ଡିଆ), ଏହାର ପ୍ରମୁଖ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର) ପଦକ୍ଷେପ 'ତୃପ୍ତି' ପ୍ରକଳ୍ପ ଅନ୍ତର୍ଗତ ଯଥାକ୍ରମେ କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାର ବେଲକୁଣ୍ଡି ଏବଂ ମୋଟୁପଦର ଗ୍ରାମରେ ଦୁଇଟି ସୌରଚାଳିତ ପାନୀୟ ଜଳ ଯୋଗାଣ ୟୁନିଟ୍ ଉଦଘାଟନ କରିଛି। ଏହା ସ୍ଥାନୀୟ ବାସିନ୍ଦାଙ୍କୁ ନିରାପଦ ଏବଂ ସ୍ଵଚ୍ଛ ପାନୀୟ ଜଳ ଉପଲବ୍ଧ କରାଇବ, ଯାହା ସେମାନଙ୍କୁ ସୁସ୍ଥ ରଖିବାରେ ସହାୟତା କରିବ।
ଠାକୁରାଣୀ ଖଣି ନିକଟସ୍ଥ ବଡ଼ବିଲ ପୌରପାଳିକାର ୱାର୍ଡ-୨ରେ ଅବସ୍ଥିତ ବେଲକୁଣ୍ଡି ଗ୍ରାମରେ ନୂତନ ଭାବେ ସ୍ଥାପିତ ପାନୀୟ ଜଳ ୟୁନିଟ୍, ସ୍ଥାନୀୟ ବାସିନ୍ଦାଙ୍କ ନିର୍ଭରଯୋଗ୍ୟ ପାନୀୟ ଜଳର ଆବଶ୍ୟକତାକୁ ପୂରଣ କରିବ । ୫୦୦୦ ଲିଟରର ଏକ ଷ୍ଟୋରେଜ୍ ଟ୍ୟାଙ୍କ, ସୌରଚାଳିତ ପମ୍ପିଂ ୟୁନିଟ୍, ବୋରୱେଲ ଏବଂ ପାଞ୍ଚଟି ଟ୍ୟାପ୍ ପଏଣ୍ଟ ସହିତ ସଜ୍ଜିତ ଏହି ଜଳ ଯୋଗାଣ ୟୁନିଟ୍ ଦ୍ୱାରା ନିକଟବର୍ତ୍ତୀ ଅଞ୍ଚଳର ୨୨୦ରୁ ଅଧିକ ସ୍ଥାନୀୟ ବାସିନ୍ଦା ଉପକୃତ ହେବେ। ଏହି ଉଦଘାଟନୀ ଉତ୍ସବରେ ୱାର୍ଡ-୨ର ପୂର୍ବତନ କାଉନସିଲର ଶ୍ରୀ ଲକ୍ଷ୍ମଣ ମହନ୍ତ, ଏଏମ୍ /ଏନ୍ଏସ୍ ଇଣ୍ଡିଆ ସିଏସଆର ବିଭାଗ ମୁଖ୍ୟ ଶ୍ରୀ ବିକାଶ ୟାଦଭେନ୍ଦୁ, ଏଏମ୍ /ଏନ୍ଏସ୍ ଇଣ୍ଡିଆର ସୁରକ୍ଷା ବିଭାଗ ମୁଖ୍ୟ ଶ୍ରୀ ଉଦୟ କୁମାର ବର୍ମାଙ୍କ ସହିତ ଏଏମ୍ /ଏନ୍ଏସ୍ ଇଣ୍ଡିଆର ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦାମାନେ ଉପସ୍ଥିତ ଥିଲେ।
କୋଇଡା ବ୍ଲକର ମାଲଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୋଟୁପଦର ଗ୍ରାମରେ ଆଉ ଏକ ପାନୀୟ ଜଳ ୟୁନିଟ୍ ଉଦଘାଟନ କରାଯାଇଛି। ଏହି ସୌରଚାଳିତ ବୋରୱେଲ୍ ସିଷ୍ଟମ୍ ୧୩୦ ରୁ ଅଧିକ ସ୍ଥାନୀୟ ବାସିନ୍ଦାଙ୍କୁ ସେବା ଯୋଗାଇ ଦେବା ସହିତ ଜଳବାହିତ ରୋଗ ହ୍ରାସ କରିବ ଏବଂ ଜୀବନ ଧାରଣ ମାନରେ ଉନ୍ନତି ଆଣିବ। ଏହି ଉଦଘାଟନୀ ଉତ୍ସବରେ ଏଏମ୍ /ଏନ୍ଏସ୍ ଇଣ୍ଡିଆ ଓଡ଼ିଶାର ପାଇପଲାଇନ୍ ପ୍ରୋଜେକ୍ଟ ମୁଖ୍ୟ ଶ୍ରୀ ଅଜିତ ସିଂହ ଏବଂ କମ୍ପାନୀର ଅନ୍ୟ ପ୍ରତିନିଧି ଏବଂ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।
ସ୍ଥାନୀୟ ବାସିନ୍ଦାମାନଙ୍କୁ ସୌର ଜଳ ଢାଞ୍ଚାର ରକ୍ଷଣାବେକ୍ଷଣ ଉପରେ ତାଲିମ ପ୍ରଦାନ କରାଯାଇଥିଲା। ଦୀର୍ଘକାଳୀନ ସ୍ଥାୟୀତ୍ୱ, ସ୍ଥାନୀୟ ମାଲିକାନା ଏବଂ ଗୋଷ୍ଠୀ ସମ୍ପତ୍ତିର ଦକ୍ଷ ପରିଚାଳନା ସୁନିଶ୍ଚିତ କରିବା ହେଉଛି ଏହି ପଦକ୍ଷେପର ଲକ୍ଷ୍ୟ ।
ସ୍ୱଚ୍ଛ ଜଳ, ପରିମଳ ଓ ସୁଲଭ ଏବଂ ସ୍ୱଚ୍ଛ ଶକ୍ତି ପାଇଁ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟରେ ଯୋଗଦାନ ସ୍ୱରୂପ ଏଏମ୍ /ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏଏମ୍/ଏନ୍ଏସ୍ ଇଣ୍ଡିଆ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଦୀର୍ଘସ୍ଥାୟୀ ଭିତ୍ତିଭୂମି ମାଧ୍ୟମରେ ଗୋଷ୍ଠୀ କଲ୍ୟାଣକୁ ପ୍ରାଥମିକତା ଦେଇଆସିଛି ।
ରାଜ୍ୟ
ଏଏମ୍ /ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ଓଡ଼ିଶାରେ ଦୁଇଟି ସୌରଚାଳିତ ପାନୀୟ ଜଳ ୟୁନିଟ୍ ସ୍ଥାପିତ
- Hits: 127