ହେଡଲାଇନସ୍:

କଂକ୍ରିଟ ରାସ୍ତା ନିର୍ମାଣରେ ଦୁର୍ନୀତି ଓ ରାଜ୍ୟ ରାଜସ୍ବ ଚୋରୀ ,ଠିକାଦାରଙ୍କ ଗାନ୍ଧୀଲଡ଼ୁ ପ୍ରେମରେ ଯନ୍ତ୍ରୀ ବଶୀଭୂତ!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚାଲିଛି ମନମୁଖୀ ନିର୍ମାଣ କାର୍ଯ୍ୟ, ନାଅଛି ବାଲି, ନା 4 ଇଞ୍ଚି ମେଟାଲିଂ ନା 3 ଇଞ୍ଚିଚିପ୍ସ, ଡାଇରେକ୍ଟ ମାଟିଖୋଲି, କ୍ଷେତରୁ ଉଠାଇଥିବା ବାଲିଆ ମାଟିକୁ ରାସ୍ତାରେ ପକାଇ ଠିକାଦାର ମହାଶୟ ନିଜକୁ ଅଞ୍ଚଳରେ ଆତଙ୍କର ସୌଦାଗର ସାଜିଥିବା ଗ୍ରାମବାସୀଙ୍କ ଅଭିଯୋଗ!!!ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ବିକାଶ ମେଳା କରି ବାଃ ବାଃ ନେଉଥିବା ବେଳେ ଲେଫ୍ରିପଡ଼ା ବ୍ଲକରେ ବାଟ ହୁଡ଼ିଛି ବିକଶିତ ଗାଁ ବିକଶିତ ଓଡ଼ିଶା।

ସୁନ୍ଦରଗଡ଼ :-ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ଗିରିଂକେଲା ପଞ୍ଚାୟତ ସାତଯୋରିଆ ଗ୍ରାମର ଆରଡି ରାସ୍ତା ଠାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଚାଲିଥିବା ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ କଂକ୍ରିଟ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି।ନିର୍ମାଣ ପୂର୍ବରୁ ମାଟି ଖୋଳି ବାଲି ପକାଇବା ପରେ ମେଟାଲିଙ୍ଗ କରିବାର ନିୟମ ରହିଛି,ହେଲେ ଠିକାଦାର ବାଲି ପରିବର୍ତ୍ତେ ଗାଁ ରେ ଥିବା ଏକ ବିଲରୁ ମାଟି ମିଶ୍ରିତ ବାଲି ଯାହାକି ସେହି ବାଲିହିଁ ନାହିଁ ମାଟି ରହିଛି, ଅପରପକ୍ଷେ 10 /12 ବକେଟ ବାଲି ସହ ଗୋଟିଏ ବକେଟ ସିମେଣ୍ଟ ଦିଆଯାଉଥିବା ଯାହା ରାଜ୍ୟ ସରକାରଙ୍କ କଂକ୍ରିଟ ରେସିଓ ରେ ପକାଇ ଚେକ କଲେ ନିର୍ମାଣ କାର୍ଯ୍ୟ ରେ କିଭଳି ଦୁର୍ନୀତି ହୋଇଛି ସହଜରେ ପ୍ରଶାସନ କୁ ଅନୁମେୟ ହୋଇଯିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଏପରିକି ନିର୍ମାଣ କାର୍ଯ୍ୟ ଆରମ୍ଭ ଦିନ ଠାରୁ ଆଜି ପର୍ଯ୍ୟନ୍ତ ଯନ୍ତ୍ରୀ କେବେ କାର୍ଯ୍ୟସ୍ଥଳି କୁ ପରିଦର୍ଶନ ପାଇଁ ଯାଇ ନାହାନ୍ତି,ଫଳରେ ଠିକାଦାର ଗାଁର କେତେକ ଅସାଧୁ ବ୍ୟକ୍ତିଙ୍କୁ ହାତକରି ନିଜ ମନଇଚ୍ଛା ବେନିୟମ କାର୍ଯ୍ୟ କରିଚାଲିଛି।ଅନ୍ୟପଟେ ଗାଁରେ ଥିବା ଏକ ସରକାରୀ ଜମିରୁ ଠିକାଦାର ମାନେ ଏହି ବାଲି ନେଇ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାମରେ ଲଗାଉ ଥିଲେ ମଧ୍ୟ ରାଜସ୍ବ ବିଭାଗ ଚୁପ୍ ବସିଥିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ପଞ୍ଚାୟତ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଗାଁ ର ଏହି ବିଲରୁ ମାଟି ମିଶ୍ରିତ ବାଲି ରେ କାମ କରୁଥିଲେ ହେଁ ଅଧିକାରୀ ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି।ଏନେଇ ବ୍ଲକ ଏଇ ବୃଷଭାନୁ ଭୋଇ ଙ୍କୁ ପଚାରିବାରୁ କହିଥିଲେ ଏ ବିଷୟରେ ଜାଣି ନାହିଁ ,ରାସ୍ତା ନିର୍ମାଣରେ ପ୍ରଥମେ ରଫ ବାଲି ଦିଆଯାଏ କିନ୍ତୁ ଠିକାଦାର ମାଟି ମିଶ୍ରିତ ବାଲି ଦେଉଥିବା ଅଭିଯୋଗ କୁ ସହଜେ ଗ୍ରହଣ କରିନ ଥିଲେ । ଏଇ ଙ୍କ ସହ ଯୋଗାଯୋଗ ପରେ ଅନ୍ୟଦିନ କନିଷ୍ଠ ଯନ୍ତ୍ରୀ କର୍ଯ୍ୟସ୍ଥଳି ପରିଦର୍ଶନ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ।ଏପରିକି ଫଟୋ ଉତ୍ତୋଳନ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ମଧ୍ୟ ଠିକାଦାର ଧମକ ଦେଇ କହିଥିଲେ ଯେ ତୁମେ ମୋର କିଛି କରି ପାରିବ ନାହିଁ,ମୋ ସହିତ ଆମ ଜେଇ ଓ ଏଇ ଅଛନ୍ତି,ମୁଁ କାମ କେମିତି କଲି କେମିତି ନାହିଁ ତୁମେ କହିବା ଲୋକ କିଏ । ପଞ୍ଚାୟତରେ ଚାଲୁଥିବା ଅନେକ କାମରେ ଅନିୟମିତତା ଅଭିଯୋଗ ନେଇ ପଞ୍ଚାୟତବାସୀ ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ ହେଁ କନିଷ୍ଠ ଯନ୍ତ୍ରୀ ଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନଥିବା ହେତୁ ପଞ୍ଚୟତବାସି ଅସନ୍ତୋଷ ପ୍ରକାଶ କରିଛନ୍ତି।ପ୍ରକାଶ ଥାଉ କି ଏହି ଠିକାଦାର ଜଣକ ଆଜକୁ 8 ବର୍ଷ ହେଲା ଗାଁ ରେ ଦୁଇ ଦୁଇଟା ଗୋଷ୍ଠୀ କେନ୍ଦ୍ର ଅଧାପନ୍ତରିଆ ଅବସ୍ଥାରେ ପକାଇ ରଖିଛି ତାପରେ ମଧ୍ୟ ଏହିପରି ବ୍ୟକ୍ତି ବିଶେଷଙ୍କୁ ସହକାରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କ ଗାନ୍ଧୀ ଲଡ଼ୁ ପ୍ରେମ ଉବୁଟୁବୁ ହେଉଛି ଯେ ପୁଣି ତାଙ୍କୁ ନିର୍ମାଣ କାର୍ଯ୍ୟ ଦିଆଯାଉଛି ପ୍ରଶ୍ନ ଘେରରେ ରହିଥିବା ବେଳେ ଏନେଇ ଗ୍ରାମବାସୀ ଉକ୍ତ ଠିକାଦାରଙ୍କୁ କହିଲେ ନାଲି ଆଖି ଦେଖାଇ ଧମକ ଦେଇଥାଏ । ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଠିକାଦାର ଆସିଷ୍ଟାଣ୍ଡ ଇଞ୍ଜିନିଅର ଏବଂ କନିଷ୍ଠ ଯନ୍ତ୍ରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ସହ ରାଜସ୍ବ ବିଭାଗ କୁମ୍ଭୀର ନିଦ୍ରାରୁ ଜାଗ୍ରତ ହୋଇ ଉକ୍ତ ଜମିରୁ ବାଲି ଉଠାଇବା ପାଇଁ ବିହିତ ପଦକ୍ଷେପ ଦାବୀ କରିଛନ୍ତି ଗ୍ରାମବାସୀ।

0
0
0
s2sdefault