ହେଡଲାଇନସ୍:

ମିକ୍ସଚର ପ୍ୟାକେଟରୁ ବ୍ରାଉନ ସୁଗାର ଜବତ ଘଟଣାରେ ବ୍ୟବସାୟୀଙ୍କୁ ଗିରଫ ପ୍ରତିବାଦରେ ଏସ.ପି ଙ୍କ ଦ୍ବାରସ୍ଥ ହେଲେ ୫୦୦ରୁ ଉର୍ଦ୍ଧ ବେଗୁନିଆ ବୋଲଗଡ ବାସି ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖୋର୍ଦ୍ଧାରୁ (ଶେକ ଜାଫର ): ମିକ୍ସଚର ପ୍ୟାକେଟ ଭିତରୁ ବାହାରି ଥିବା ୧୫୦ଗ୍ରାମ ବ୍ରାଉନ ସୁଗାର୍ ଜବତ ଘଟଣାରେ ପ୍ରତିଷ୍ଠିତ ବେଗୁନିଆ ଅଞ୍ଚଳର ପ୍ରତିଷ୍ଠିତ ମିକ୍ସଚର ବ୍ୟବସାୟୀ ପଦ୍ମନାଭ ସାହୁ ଗତ ୧୦ ତାରିଖ ଦିନ ଖୋର୍ଦ୍ଧା ଅବକାରୀ ମୋବାଇଲ ସ୍କ୍ୱାର୍ଡ ଦ୍ଵାରା ଗିରଫ ହୋଇ କୋର୍ଟଚାଲାଣ ହୋଇଥିବା ଘଟଣାକୁ ସହଜରେ ଗ୍ରହଣ କରିବାକୁ ନାରାଜ ଅଞ୍ଚଳବାସୀ । ଗତ ୧୧ ତାରିଖରେ ଶ୍ରୀ ସାହୁଙ୍କ ଗିରଫଦାରୀକୁ ବିରୋଧ କରି ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଘେରଉ କରିଥିବା ବେଳେ ପୁଣି ଆଜି ପାଖାପାଖି ୫୦୦ରୁ ଉର୍ଦ୍ଧ ଗ୍ରାମବାସୀ ଓ ବେଗୁନିଆ ବୋଲଗଡର ନିର୍ବାଚିତ ଜନ ପ୍ରତିନିଧି ମାନେ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା। ଶ୍ରୀ ସାହୁଙ୍କୁ ଚକ୍ରାନ୍ତ କରି ଫସା ଯାଇଥିବା ବେଳେ ଏହାର ଉପଯୁକ୍ତ ତଦନ୍ତ ପାଇଁ ଅଡି ବସିଥିଲେ। ଶ୍ରୀ ସାହୁ ଅତୀତରେ କୌଣସି ଅପରାଧିକ ମାମଲାରେ ସଂପୃକ୍ତ ନାହାନ୍ତି, ତାଙ୍କୁ ଚକ୍ରାନ୍ତ କରି କୌଣସି ଅଭିସନ୍ଧି ରଖି ଫସାଇ ଦିଆଯାଇଛି । ଏ ଷଡ଼ଯନ୍ତ୍ରର ପ୍ରକୃତ ଷଡ଼ଯନ୍ତ୍ରକାରୀ ଙ୍କୁ ଧରିବା , କାହା ପ୍ରରୋଚନାରେ ଏ ଘଟଣା ଘଟିଛି ତାହା ଶୀଘ୍ର ତଦନ୍ତ କରି ଉଚିତ ନ୍ୟାୟ ଦେବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଓ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ସମେତ ଗ୍ରାମବାସୀଙ୍କ ତରଫରୁ ଏକ
ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରି ଶୀଘ୍ର ତଦନ୍ତ କରି ଉପଯୁକ୍ତ ନ୍ୟାୟ ଦେବାକୁ ଦାବି କରିଥିଲେ । ଯେହେତୁ ଘଟଣା ଅବକାରୀ ବିଭାଗର ତେଣୁ ଘଟଣାକୁ ନେଇ ଖୋର୍ଦ୍ଧା ଏସ୍.ପି କୌଣସି ପ୍ରକାର ସାହାଯ୍ୟ କରି ପାରିବେ ନାହିଁ କହିଥିବା ବେଳେ ଗ୍ରାମବାସୀ ଆଗାମୀ ଦିନ ଦୁଇ ଦିନ ଭିତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ,ଅବକାରୀ ଆୟୁକ୍ତ, ପୋଲିସ ମହା ନିର୍ଦ୍ଦେଶକଙ୍କୁ ଭେଟି ଘଟଣାର ଉପଯୁକ୍ତ ତଦନ୍ତ ସହ ପ୍ରକୃତ ଷଡ଼ଯନ୍ତ୍ରକାରୀ ଙ୍କ ଧରିବା ପାଇଁ ଦାବି କରିବେ ବୋଲି ସୂଚନା ଦେଇଛନ୍ତି ।

0
0
0
s2sdefault