ହେଡଲାଇନସ୍:

ବାଲେଶ୍ୱରରେ ଛାତ୍ରୀଙ୍କ ଆତ୍ମଦାହ ମାମଲାରେ ଦିଲ୍ଲୀ ମହିଳା କଂଗ୍ରେସର ପ୍ରେସମିଟ ନେଇ ବିଜେପିର ଜବାବ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସବୁବେଳେ ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା କଂଗ୍ରେସ ପାର୍ଟିର ମିଛ ସମବେଦନା ଶୋଭା ପାଉନାହିଁ : ମମତା ମହାନ୍ତ

 ଏହା ଏକ ସମ୍ବେଦନଶୀଳ ବିଷୟ, ନିଜେ ସଂଯମତା ରଖି ଏହା ଉପରେ ଅଭିବ୍ୟକ୍ତି ରଖିବା ଦରକାର
 ଏହି ଅଭାବନୀୟ ଘଟଣାରେ ରାଜ୍ୟ ସରକାର ତ୍ୱରିତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି
 ସରକାର ପରିବାର ଏବଂ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହି ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି
 ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟର ମନ୍ତ୍ରୀମାନେ ପିଡିତାଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି
 ଏହି ଘଟଣାରେ ନିଲମ୍ବିତ କଲେଜ ଅଧ୍ୟକ୍ଷ ଦିଲୀପ କୁମାର ଘୋଷ ଓ ଅନ୍ୟତମ ଅଭିଯୁକ୍ତ ସମୀର ସାହୁଙ୍କୁ ଗିରଫ କରାଯାଇଛି
 କଂଗ୍ରେସର ଛାମୁଆ କର୍ମକର୍ତ୍ତାମାନେ ଏହି ଝିଅର ଚରିତ୍ର ସଂହାର କରିବାକୁ ବି ପଛାଇନାହାନ୍ତି, ଯାହା ସାମାଜିକ ଗଣମାଧ୍ୟମରୁ ପ୍ରମାଣ ମିଳିଛି
 ପରୀ, ପିହୁ, ମମିତା, ଇତିଶ୍ରୀ, ବେବିନା, ସସ୍ମିତା, ରୁଚିକା, ସ୍ମିତାରାଣୀ, ଅଞ୍ଜନା ଓ ମାଧବିଲତାଙ୍କ ନିର୍ଯ୍ୟାତନା ଓ ହତ୍ୟା ଆଦି ଘଟଣାକୁ ଭୁଲିଗଲା କି କଂଗ୍ରେସ ଓ ବିଜେଡି
 ବିଜେ଼ଡି ଓ କଂଗ୍ରେସ ଏହି ଘଟଣାକୁ ରାଜନୈତିକ ମୋଡ୍ ଦେବା ପାଇଁ ଯେଉଁ ଉଦ୍ୟମ କରୁଛନ୍ତି, ତାହା ଦୁର୍ଭାଗ୍ୟଜନକ

ଭୁବନେଶ୍ୱର, ୧୪/୦୭/୨୦୨୫: ବାଲେଶ୍ୱରର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମଦାହ ମାମଲାରେ ମହିଳା କଂଗ୍ରେସର ସଭାପତି ଅଳକା ଲମ୍ବା ଓ ଅନ୍ୟ ନେତ୍ରୀ ଦିଲ୍ଲୀରେ ପ୍ରେସମିଟ୍ କରି ଯେଉଁ କଥା କହିଛନ୍ତି ତାହା ବହୁତ ହାସ୍ୟାସ୍ପଦ । ସେ ଜଣେ ମାଆ, ଆଉ ଜଣେ ମାଆ ହୋଇ ମଧ୍ୟ ଏଭଳି କହିବା ତାଙ୍କୁ ଶୋଭା ଦେଉନାହିଁ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ ।
ଏମ୍ସ ମେଡିକାଲ ପରିସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଏହା ଏକ ସମ୍ବେଦନଶୀଳ ବିଷୟ । ସେ ଝିଅ ଏବେ ମରଣ ସହ ସଂଘର୍ଷ କରୁଛି । ବର୍ତ୍ତମାନ ଆମ ସମସ୍ତଙ୍କର ଦାୟିତ୍ୱ, ନିଜେ ସଂଯମତା ରଖି ଅଭିବ୍ୟକ୍ତି ରଖିବା ଦରକାର । ଅନ୍ୟପକ୍ଷେ ଏହି ଅଭାବନୀୟ ଘଟଣାରେ ରାଜ୍ୟ ସରକାର ତ୍ୱରିତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଆମ ସରକାର ପରିବାର ଏବଂ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହି ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି । ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟର ମନ୍ତ୍ରୀମାନେ ପିଡିତାଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି। ଅଧିକାରୀମାନେ ମଧ୍ୟ ତଦାରଖ କରୁଛନ୍ତି ।ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି । ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନିଲମ୍ବିତ କଲେଜ ଅଧ୍ୟକ୍ଷ ଦିଲୀପ କୁମାର ଘୋଷ ଓ ଅନ୍ୟତମ ଅଭିଯୁକ୍ତ ସମୀର ସାହୁଙ୍କୁ ଗିରଫ କରାଯାଇଛି ।
କଂଗ୍ରେସର ଚିନ୍ତାଧାରା ସବୁବେଳେ ଏସସି-ଏସଟି-ଓବିସି ବିରୋଧୀ । କଂଗ୍ରେସ ସବୁବେଳେ ରାଷ୍ଟ୍ରପତିଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇ ହୀନ ମାନସିକତାର ପରିଚୟ ଦେଇଛି । କଂଗ୍ରେସ ଏହି ମାମଲାରେ ଓଡ଼ିଶା ସରକାରଙ୍କୁ ଯେଉଁ ସମାଲୋଚନା କରିଛନ୍ତି ତାଙ୍କୁ ବୋଧହୁଏ ମହିଳା ନିର୍ଯାତନା ନେଇ କଂଗ୍ରେସର କଳା ଇତିହାସ ସମ୍ପର୍କରେ ଜଣାନାହିଁ । କଂଗ୍ରେସର ଛାମୁଆ କର୍ମକର୍ତ୍ତାମାନେ ଏହି ଝିଅର ଚରିତ୍ର ସଂହାର କରିବାକୁ ବି ପଛାଇନାହାନ୍ତି । ନିଜ ଜୀବନ ନେବାକୁ ଉଦ୍ୟମ କରିବା ପାଇଁ ଛାତ୍ର କଂଗ୍ରେସ ନେତାମାନେ ଛାତ୍ରୀଙ୍କୁ ଉସୁକାଇ ଥିବାର ପ୍ରମାଣ ସୋସିଆଲ ମିଡିଆରେ ଆସି ସାରିଛି । ତେଣୁ କଂଗ୍ରେସ ଆଗ ନିଜର ମାନସିକତା ବଦଳାଇବା ଦରକାର ।
ବିଜେ଼ଡି ଓ କଂଗ୍ରେସ ଏହି ଘଟଣାକୁ ରାଜନୈତିକ ମୋଡ ଦେବା ପାଇଁ ଯେଉଁ ଉଦ୍ୟମ କରୁଛନ୍ତି, ତାହା ଦୁର୍ଭାଗ୍ୟଜନକ । କଂଗ୍ରେସ ଓ ବିଜେଡ଼ି ସରକାରରେ ପରୀ, ପିହୁ, ମମିତା, ଇତିଶ୍ରୀ, ବେବିନା, ସସ୍ମିତା, ରୁଚିକା, ସ୍ମିତାରାଣୀ, ଅଞ୍ଜନା, ମାଧବିଲତାଙ୍କ ହତ୍ୟା ଓ ନିର୍ଯ୍ୟାତନା ହୋଇଛି । ଏହି କଥାକୁ କଂଗ୍ରେସ ଓ ବିଜେଡ଼ି ସରକାର ଭୁଲିଗଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

0
0
0
s2sdefault