ହେଡଲାଇନସ୍:

ପନ୍ତିଖାରୀ ନୀଳକଣ୍ଠେଶ୍ଵରଙ୍କ ଠାରେ ଅନ୍ନପୂର୍ଣ୍ଣା ବୃଷ୍ଟି ଯଜ୍ଞ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ,୧୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ଶାସନ ଗ୍ରାମରେ ବିରାଜିତ ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବଙ୍କ ପୀଠରେ ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ୭୪ ତମ ବୃଷ୍ଟି ଯଜ୍ଞ ଗୁରୁବାର ଉଦ‌ଯାପିତ ହୋଇଯାଇଛି।ପନ୍ତିଖାରୀ ଏବଂ ନୋତରପଲ୍ଲୀ ଗାଁ ମିଳିତ ଆନୁକୂଲ୍ୟରେ ଆୟୋଜିତ ଅନ୍ନପୂର୍ଣ୍ଣା ବୃଷ୍ଟି ଯଜ୍ଞ ଚତୁର୍ଥ ସନ୍ଧ୍ୟାରେ ଯଜ୍ଞ କମିଟିର ସଭାପତି ପଣ୍ଡିତ ସତ୍ୟନାରାୟଣ ଷଡଙ୍ଗୀଙ୍କ ସଭାପତିତ୍ବରେ ଅନ୍ନପୂର୍ଣ୍ଣା ଯଜ୍ଞ କମିଟି ଏବଂ ବୈଦିକ ପ୍ରଚାର ସମିତିର ମିଳିତ ସ‌ହଯୋଗରେ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା। ଆଚାର୍ଯ୍ୟ କମଳାକାନ୍ତ ରଥ ଶର୍ମା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଦୀର୍ଘ ୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଯଜ୍ଞରେ ଆଚାର୍ଯ୍ୟ ଭୂମିକା ତୁଲାଇଥିବା ଶ୍ରୀଯୁକ୍ତ ରଥ ଶର୍ମାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ସହଯୋଗ କରି ଆସୁଥିବା ପନ୍ତିଖାରୀ ଶାସନ ଗାଁର ସ୍ବର୍ଗତ ଗୋଦାବରୀ ହୋତାଙ୍କ ଉଦ୍ଦେଶ୍ୟରେ ସମ୍ବର୍ଦ୍ଧିତ କରାଯାଇଥିଲା।ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପୁରୀର ପ୍ରାକ୍ତନ କୂଳପତି ସ୍ବର୍ଗତ ପ୍ରଫେସର ଚନ୍ଦ୍ରଶେଖର ଷଡ଼ଙ୍ଗୀଙ୍କ ପରିକଳ୍ପନା ସ୍ବରୂପ ବୈଦିକ ପ୍ରଚାର ସମିତିର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ସାକାର କରିବା ନିମନ୍ତେ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ବୈଦିକ ବ୍ରାହ୍ମଣ ବର୍ଗ ସମ୍ମତି ପ୍ରଦାନ କରିଥିଲେ। ପୁସ୍ତକାଚାର୍ଯ୍ୟ ଶାନ୍ତନୁ କୁମାର ଦାଶ ସର୍ବ ଦ୍ରଷ୍ଟା ଗୋଦାବରିଶ ହୋତାଙ୍କ ଦ୍ବାରା ଯଜ୍ଞ ମଣ୍ଡପ ପରିଚାଳିତ ହୋଇଥିବା ବେଳେ, ଉଦୟନାଥ ଦାଶ ବ୍ରହ୍ମା, ପଣ୍ଡିତ ତ୍ରିନାଥ ହୋତା ପ୍ରତିନିଧି,ରଘୁନାଥ ଦାଶ ସମିଧ, ଦିଲ୍ଲୀପ୍ କୁମାର ହୋତା ସାକଲ୍ୟ,ଦିଲ୍ଲୀପ କୁମାର ଷଡଙ୍ଗୀ ଚରୁ, ସର୍ବେଶ୍ଵର ଦାଶ ଋଦ୍ରାଭିଷେକ,ଲଡୁକେଶ୍ବର ରଥ ଚଣ୍ଡୀ ଦାୟିତ୍ଵ ଗ୍ରହଣ କରିଥିଲେ।ହେମନ୍ତ ହୋତା ଚରୁ ପ୍ରସ୍ତୁତିରେ ସହଯୋଗ କରିଥିବା ବେଳେ ସୁଧାଂଶୁ ଶେଖର ଦାଶ ଗଙ୍ଗାଧର ଷଡଙ୍ଗୀ,ପାତାଳେଶ୍ବର ଦାଶ,ଅଶୋକ କୁମାର ମହାପାତ୍ର,ପ୍ରମୁଖ ୪ ଦ୍ବାର ଯଜ୍ଞ କୁଣ୍ଡ ଦାୟିତ୍ୱ ନେଉଥିଲେ।ଗ୍ରାମ ପରିଚାଳନା କମିଟି ସଭାପତି ବିଭୂତି ରଞ୍ଜନ ଷଡ଼ଙ୍ଗୀ, ଯଜ୍ଞ କମିଟି ସଭାପତିଙ୍କ ସହିତ ସମ୍ପାଦକ ଜୟନ୍ତ କୁମାର ଦାଶ ଏବଂ କମିଟି ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ କରିଥିବା ବେଳେ ନୀଳକଣ୍ଠେଶ୍ଵର କ୍ଳବ୍ ସଦସ୍ୟ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

0
0
0
s2sdefault