ଟିଟିଲାଗଡ:- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବାନ୍ଦୁପଲା ଗ୍ରାମପଞ୍ଚାୟତର ଦେଶିଲ ଗ୍ରାମର ଅନେକ ଚାଷୀ ଏବେ ଅତ୍ୟନ୍ତ ଚିନ୍ତା ଓ ଦୁଃଖରେ ଅଛନ୍ତି । ଟିଟିଲାଗଡ ର ବିଭିନ୍ନ ଘରୋଇ ବ୍ୟବସାୟୀଙ୍କଠାରୁ କିଣି ଧାନ ବୁଣିଥିବା ଏହି ଚାଷୀମାନଙ୍କ କ୍ଷେତ୍ରରେ ମାସ ମାସ ସମୟ ବିତିଗଲା ପରେ ମଧ୍ୟ ଧାନ ଗଛ ଠିକ୍ ଭାବରେ ଅଙ୍କୁରିତ ହେଉନି ।
ଫସଲ ହେବାର ଆଶା ରଖି ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିଶ୍ରମ କରିଥିବା ଚାଷୀମାନେ ବିହନର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ, ବ୍ୟବସାୟୀମାନେ ନିଜେ ମାନ୍ୟତାପ୍ରାପ୍ତ ବ୍ରାଣ୍ଡ ନାମ ବ୍ୟବହାର କରି ନକଲି ବିହନ ବିକ୍ରି କରିଛନ୍ତି, ଯାହା ଫଳରେ ଦେଶିଲ ଗ୍ରାମର ଅନେକ ଚାଷୀ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ।
ଚାଷୀ ମାନଙ୍କ ଦୃଢ଼ ଅଭିଯୋଗ ଅନୁଯାୟୀ, ସଂପୂର୍ଣ୍ଣ ଘଟଣାର ତଦନ୍ତ କରି ଦାୟୀ ବ୍ୟବସାୟୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର । ଏହି ଘଟଣାର ମାଧ୍ୟମରେ ଚାଷୀ ମାନଙ୍କୁ ଅନ୍ୟାୟ ଓ ଠକେଇ ରୋକିବା ପାଇଁ ପ୍ରଶାସନଙ୍କ ସଜାଗ ହେବା ଦରକାର ବୋଲି ଗ୍ରାମବାସୀ ମାନେ ଦାବୀ କରୁଛନ୍ତି ।
ଚାଷୀମାନେ କ୍ଷତିପୂରଣ ପାଇଁ କୃଷି ବିଭାଗ କୁ ଅନୁରୋଧ କରିଛନ୍ତି । ଏହି ବିଷୟରେ ଅଧିକ ତଦନ୍ତ ହେଲେ ନିଜ ହକ ସହିତ ଅନ୍ୟ ଚାଷୀମାନେ ବି ଜାଣି ପାରିବେ ଯେ ଏଭଳି କାର୍ଯ୍ୟ କଳାପ ପାଇଁ କିଏ ଦାୟୀ ଓ ଆଗାମୀରେ ଏପରି ଠକେଇ ରୋକିବାରେ ସହାୟକ ହେବ ।
ଦେଶିଲ ଗ୍ରାମର ଚାଷୀମାନେ ଚାହାଁନ୍ତି ଯେ, ଏହି ଧରଣର ଠକାମୀ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେଉ ଓ ଘରୋଇ ବିହନ ବିକ୍ରେତାମାନଙ୍କ ପାଇଁ କଠିନ ନିୟମ ଲାଗୁ କରାଯାଉ ବୋଲି ପ୍ରଶାସନକୁ ଆହ୍ବାନ କରିଛନ୍ତି, ଯାହା ଚାଷୀମାନଙ୍କ ପାଇଁ ସୁରକ୍ଷା କବଚ ହେବ ।
ଏହି ବିଷୟରେ କୃଷିମନ୍ତ୍ରୀ ଦୃଷ୍ଟି ପାତ କରନ୍ତୁ ଏବଂ ଅଧିକ ତଦନ୍ତ ଓ ମତାମତ ପାଇଁ ଚାଷୀମାନଙ୍କର ଦାବୀ ହୋଇଛି।