ପରିବେଶ ସୁରକ୍ଷା ଓ ଜୈବ ବିବିଧତା ର ସୁରକ୍ଷା ପାଇଁ ବୃକ୍ଷ ରୋପଣ ଜରୁରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖପ୍ରାଖୋଲ ୭/୭(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଓଡିଶା ଆଦର୍ଶ ବିଦ୍ୟାଳୟ (ଓ ଏ ଭି) ପରିସରରେ ପରିବେଶ ସଚେତନତା ସଭା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ର ଅଧକ୍ଷା ସରିତା ନାଏକ ଅଧ୍ୟକ୍ଷତା କରିଥିବା ବେଳେ ମୂଖ୍ୟ ଅତିଥି ରୂପେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ସମ୍ମାନୀତ ଅତିଥି ରୂପେ ସହକାରୀ ବନ ସଂରକ୍ଷକ ତଥା ହରିଶଙ୍କର ବନାଞ୍ଚଲ ଅଧିକାରୀ ଅରବିନ୍ଦ ନାଏକ ଯୋଗଡେଇ ପରିବେଶ ସୁରକ୍ଷା ଓ ଜୈବ ବିବିଧତା ସୁରକ୍ଷା ପାଇଁ ବୃକ୍ଷ ରୋପଣ ଜରୁରୀ ବୋଲି କହିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟ ର ଶିକ୍ଷୟତ୍ରୀ ଶିକ୍ଷକ, ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ। ସେହି ପରି ମହରାପଦର ଉଚ୍ଚ ବିଦ୍ୟାଳୟ ରେ ମଧ୍ୟ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ନବ କିଶୋର ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ବେଳେ ମୂଖ୍ୟ ଅତିଥି ରୂପେ ହରିଶଙ୍କର ବନପାଳ ରଞ୍ଜିତ କୁମ୍ଭାର ଯୋଗଦେଇଥିଲେ। ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ, ଛାତ୍ରୀ ଛାତ୍ର ଯୋଗଦେଇଥିଲେ।

0
0
0
s2sdefault