ରାଉରକେଲା, (ବସନ୍ତ କୁମାର ଜେନା): ସହରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ଓ ସରକାରୀ ଉଚ୍ଚବିଦ୍ୟାଳୟ, ଉଦିତ ନଗର ର ମିଳିତ ଆନୁକୂଲ୍ୟରେ ବନମହୋତ୍ସବ ତଥା ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବସୁଧୈବ କୁଟୁମ୍ବକମ୍ ର ସଭାପତି
ବିଜୟଲକ୍ଷ୍ମୀ ପଟ୍ଟନାୟକ ଙ୍କ ସଭାପତିତ୍ବ, କାର୍ଯ୍ୟକ୍ରମର ଆବାହକ ହରିହର ଶତପଥୀ ଙ୍କ ଆବାହକତ୍ଵ ଓ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ଆଶାଲତା ଦାସ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପି ର ପ୍ରାକ୍ତନ ମହାପ୍ରବନ୍ଧକ ଇଂ ଅଭୟ କୁମାର ଦାସ, ପ୍ରାଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ, ଆରଏସପିର ପ୍ରାକ୍ତନ ବରିଷ୍ଠ ଅଧିକାରୀ ସୁବାସ ମହାପାତ୍ର, ବାସନ୍ତୀ ପାଠାଗାର ର ସଭାପତି ପ୍ରସନ୍ନ କୁମାର ସାବତ, ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ସମସ୍ତ ଅତିଥି ବୃକ୍ଷ କିପରି ମାନବ ସମାଜ ପାଇଁ କଲ୍ୟାଣକାରୀ ,ପରିବେଶ ସୁରକ୍ଷା, ଗଛର ବିକଳ୍ପ ନଥିବା,ସମାଜର ବନ୍ଧୁ ଭାବେ ମତ ରଖିଥିଲେ। ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତି ପ୍ରତିଦିନ ୫୪୦ ରୁ ୫୭୦ ଲିଟର ଅମ୍ଳଜାନ ଆବଶ୍ୟକ କରୁଥିବାବେଳେ ଗୋଟିଏ ପୂର୍ଣ୍ଣ ବୟସ୍କ ଗଛ ୨୫୦ ରୁ ୨୭୦ ଲିଟର ଅମ୍ଳଜାନ ଦେଇଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ମା'ଙ୍କ ନାମରେ ଦୁଇଟି ଗଛ ଲଗାଇବା ପାଇଁ ଆହ୍ବାନ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସର୍ବଶ୍ରୀ ଓମପ୍ରକାଶ ଲେଙ୍କା, ତନୁଶ୍ରୀ ମହାନ୍ତି, ଅର୍ପିତା ପାଢ଼ୀ, ଓମପ୍ରକାଶ ତରାଇ ବକ୍ତବ୍ୟ ରଖି ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ସଂଯୋଜକ ଶ୍ରୀମତୀ ଦାସ ଆମ ପରିବେଶ ଆମ ଭବିଷ୍ୟତ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଅନିଲ କୁମାର ଦାସ, ସୂର୍ଯ୍ୟ ନାରାୟଣ ପଣ୍ଡା, ସଚ୍ଚିକାନ୍ତ ବିଶ୍ବାଳ, ବିଦ୍ୟାଳୟ ତରଫରୁ ଆଶିଷ କୁମାର ପ୍ରଧାନ,ରାକେଶ ପଟ୍ଟନାୟକ, ଆଶୁତୋଷ ମହାନ୍ତି, ସୁମିତ୍ରା ମିଞ୍ଜ, ପୂର୍ଣ୍ଣିମା ତିୱାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।