ଖପ୍ରାଖୋଲ ୭/୭(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ବେଲପଡ଼ା ବ୍ଲକ୍ ଗମ୍ଭାରୀ ପଞ୍ଚାୟତ ପଞ୍ଚାୟତ କର୍ଲାବାହାଲି ଗାଁ ର ଜଣେ ଯୁବକ କୁ ଛୁରା ମାଡ ଅଭିଯୋଗ ରେ ବୈଜଲସାଗର ଗାଁ ର ସନ୍ତୋଷ ରଣା (୨୯) ଓ ସୁବାଷ ନାଏକ (୩୮) ଙ୍କୁ ଖପ୍ରାଖୋଲ ପୋଲିସ୍ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ କର୍ଲାବାହାଲି ଗାଁ ର ପ୍ୟାରିଲାଲ ବନଛୋର(୨୫) ଗାଁ ପାଖ ରାସ୍ତା କଡ଼ରେ ଯାଉଥିବା ବେଳେ ଅଭିଯୁକ୍ତ ଦୁଇ ଜଣଙ୍କ ସହିତ ବଚସା ହେବା ସହିତ ସନ୍ତୋଷ ରଣା ପ୍ୟାରିଲାଳ ର ବେକ୍ କୁ ଛୁରା ରେ ଆକ୍ରମଣ କରିଥିଲା। ଯାହାଫଳରେ ପ୍ୟାରିଲାଲ୍ ଆହାତ ହୋଇଥିବା ବେଳେ ପରିବାର ଲୋକ ଉଦ୍ଧାର କରି ଡାକ୍ତର ଖାନା କୁ ନେଇଥିବା ଜଣାଯାଇଛି। ଏନେଇ ପରିବାର ତରଫରୁ ଖପ୍ରାଖୋଲ ଥାନା କେସ ନମ୍ବର ୧୫୧/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ବେଳେ ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଧାରାରେ ଅନୁସାରେ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଳି ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ସୁଚନା ଦେଇଛନ୍ତି।
ରାଜ୍ୟ
ଯୁବକ କୁ ଚ୍ଛୁରା ମାଡ଼, ଦୁଇ କୋର୍ଟ ଚାଲାଣ
- Hits: 7