ହେଡଲାଇନସ୍:

ବନଖଣ୍ଡ ସ୍ତରୀୟ ୭୬ତମ ବନ ମହୋତ୍ସବ ସପ୍ତାହ ପାଳନ– ୨୦୨୫।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


"ମାଆଙ୍କ ନାମରେ ଗଛଟିଏ "ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ "

ରାୟଗଡ'ତା :– ୦୭ /୦୭/୨୦୨୫ ରିଖରେ ପୂର୍ବାହ୍ନ ୧୧.୦୦ ଘଣ୍ଟିକା ସମୟରେରେ ରାୟଗଡ ବନଖଣ୍ଡ ଅନ୍ତର୍ଗତ ରାୟଗଡ଼ ବନାଞ୍ଚଳର ବାରିଝୋଲା ଗ୍ରାମ ନିକଟସ୍ଥ ନୂତନ ହନୁମାନ ମନ୍ଦିର ପାହାଡରେ ବନଖଣ୍ଡ ସ୍ତରୀୟ ୭୬ତମ ବନ ମହୋତ୍ସବ ସପ୍ତାହ - ୨୦୨୫ ପାଳନ ହୋଇଯାଇଅଛି । ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଅପ୍ପlଲ ସ୍ଵାମୀ କାଡ୍ରାକା , ମାନ୍ୟବର ବିଧାୟକ , ରାୟଗଡ ଯୋଗଦାନ କରି ଗଛଟିଏ ମାଆଙ୍କ ନାମରେ ରୋପଣ କାର୍ଯକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯକ୍ରମରେ ଅନ୍ୟାନ୍ୟ ଅତିଥି ଭାବେରେ ସୁଶ୍ରୀ ସରସ୍ଵତୀ ମାଝୀ,ସଭାପତି, ଜିଲ୍ଲା ପରିଷଦ , ରାୟଗଡ,ଶ୍ରୀମତୀ ପାରୁଲ ପଟୱାରୀ, ଜିଲ୍ଲାପାଳ, ରାୟଗଡ଼,କୁମାରୀ ସ୍ଵାତୀ ଏସ କୁମାର ,ରାୟଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ସଚିନ ଆନ୍ନା ସାହେବ ଓହୋଲ ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ , ରାୟଗଡ଼ , ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ , ରାୟଗଡ଼ , ଶ୍ରୀ ସୁଜିତ କୁମାର ମିଶ୍ର ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରାୟଗଡ, ଶ୍ରୀ କାମନା ବିଡିକା , ସରପଞ୍ଚ , ହାଲୁୱ। , ରାୟଗଡ଼ ଉପ-ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ , ରାୟଗଡ଼ ଉପ-ବନ ସଂରକ୍ଷକ ଶ୍ରୀ ସତିଶ କୁମାର ଧାରୁଆ, ସାଇ ରାମ କମିଟି ର ସଦସ୍ୟ, ନୂତନ ହନୁମାନ ମନ୍ଦିର କମିଟି ର ସଦସ୍ୟ, ଶ୍ରୀ ଅରବିନ୍ଦ ବିଦ୍ୟାଳୟ ଓ ବାରିଝୋଲା ପ୍ରାଥମିକ ବିଦ୍ୟାଳୟ ର ଛାତ୍ର , ଛାତ୍ରୀ , ଶିକ୍ଷକ ଓ ଶିକ୍ଷୟତ୍ରୀ, ଏନ ସି ସି କେଡ଼ର , ରାୟଗଡ ଉପସ୍ଥିତ ରହି ମାଆ ଙ୍କ ନାମ ରେ ଗଛ ଟିଏ ଉଦ୍ଧେଶ୍ୟ ରେ ବୃକ୍ଷ ରୋପଣ କାର୍ଯକ୍ରମ ରେ ପ୍ରତ୍ୟେକ ଗୋଟିଏ ଗୋଟିଏ ବିଭିନ୍ନ ରକମ ର ଚାରା ରୋପଣ କରିଥିଲେ । ରାୟଗଡ଼ ବନାଞ୍ଚଳ ର ସମସ୍ତ ବନକର୍ମଚାରୀ ଏହି କାର୍ଯକ୍ରମ ରେ ଉପସ୍ଥିତ ଥିଲେ । ରାୟଗଡ ବନାଞ୍ଚଳ ଅଧିକାରୀ ଶ୍ରୀ କମେଶ୍ଵର ଆଚାରୀଙ୍କ ତତ୍ତ୍ୱlଵଧାନରେ ଏହି କାର୍ଯକ୍ରମଟି ସୁପରିଚାଳିତ ହୋଇଥିଲା ।

0
0
0
s2sdefault