ହେଡଲାଇନସ୍:

ନବରଙ୍ଗପୁର ଜିଲ୍ଲାରେ ମୂଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର ତା ୭.୭.୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ,ଓଡ଼ିଶା ସରକାର "ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା " ଦ୍ଵାରା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବଦ୍ଧ ପରିକର।ମେଡିକାଲ କଲେଜର ଅଭିଜ୍ଞ ଓ ବରିଷ୍ଠ ବିଶେଶଜ୍ଞ ଡାକ୍ତର ଏଥିପାଇଁ ଆଜି ନବରଙ୍ଗପୁର ଜିଲ୍ଲା କୁ ଗସ୍ତ କରିଛନ୍ତି।ଏହି ସ୍ବାସ୍ଥ୍ୟ ସେବା ପାଇବା ପାଇଁ ବିଭିନ୍ନ ରୋଗ ସ୍ନାୟୁ ରୋଗ,ପେଟ ଓ ଗ୍ୟାସ ଜନିତ ରୋଗ, ମୂତ୍ରାଶୟ ଜନିତ ରୋଗ,ହୃଦରୋଗ , କିଡନୀ ଜନିତ ରୋଗ ରେ ପୀଡ଼ିତ ବ୍ୟକ୍ତି ୯୩୮ ଜଣ ୬/୭/୨୦୨୫ ତାରିଖ ସୁଦ୍ଧା ନିଜର ନାମକୁ ବିଭିନ୍ନ ବ୍ଲକ ରେ ଅବସ୍ଥିତ ସ୍ବାସ୍ଥ୍ୟ କେନ୍ଦ୍ରରେ ପଞ୍ଜୀକୃତ କରିଛନ୍ତି।ଆଜି ଏହି ପରିପେକ୍ଷି ରେ ସୁବାସ ଚନ୍ଦ୍ର ବୋଷ ମେଡିକାଲ କଲେଜ ରୁ ସ୍ନାୟୁ ବିଭାଗ ଡ ରାକେଶ ମହାନ୍ତି, ମୂତ୍ରାଶୟ ବିଭାଗ ଡ ବିଶ୍ଵଜିତ ସାହୁ, କିଡନୀ ଜନିତ ବିଭାଗ ଡ ଲିପିକା ପାଣିଗ୍ରାହୀ, ହୃଦରୋଗ ବିଭାଗ ଡ ସୁମିତ୍ କୁମାର ସାହୁ, ପେଟ ଓ ଗ୍ୟାସ ଜନିତ ବିଭାଗ ଡ ରାକେଶ ମହାନ୍ତି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଅନୁଷ୍ଠିତ ମୁଖ୍ୟ ମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଶିବିର ରେ ରୋଗୀମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ପରେ ଆସନ୍ତା ୮/୭ ଓ ୯/୭/୨୦୨୫ ରେ ରୋଗୀମାନଙ୍କୁ ସୁପର ସ୍ପେସିଆଲିଷ୍ଟ ବରିଷ୍ଠ ଅଭିଜ୍ଞ ଡାକ୍ତର ମାନଂକ ଦ୍ଵାରା ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଛି।୧୦/ ୭/୨୦୨୫ ରିଖ ଦିନ ରୋଗୀମାନଙ୍କୁ ସ୍ବାସ୍ଥ୍ୟ ସେବା ଜନିତ ପରାମର୍ଶ ଓ ଔଷଧ ପ୍ରଦାନ କରାଯିବ।ଆଜି ମୋଟ ୨୬୩ ଜଣ ରୋଗୀ ନିଜର ନାମ ପଞ୍ଜିକୃତ କରି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି।
ଏହି ଶିବିରକୁ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ପରିଦର୍ଶନ କରି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କୁ ନିରୀକ୍ଷଣ ସହ ରୋଗୀମାନଙ୍କ ଯେଭଳି କୌଣସି ଅସୁବିଧା ନ ହୁଏ ତା ଉପରେ ବିଶେଷ ଦୃଷ୍ଟି ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ କହିଥିଲେ। ଏହି ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଓ ଏହାର ସଫଳ ରୂପାୟନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ସନ୍ତୋଷ କୁମାର ପଣ୍ଡା ଙ୍କ ନେତୃତ୍ଵ ରେ ଡି ପି ଏଚ ଓ ଡ ନବକିଶୋର ବେହେରା, ଡ ସୁକାନ୍ତ ଶତପଥୀ, ଡି ପି ଏମ , ଏନ୍ ଏଚ ଏମ ଶଙ୍କର ଆଚାର୍ଯ୍ୟ,ଡାକ୍ତର, ଫାର୍ମାସିଷ୍ଟ, ନର୍ସ,ହସ୍ପିଟାଲ ମ୍ୟାନେଜର, ଆୟୁଷ ଡାକ୍ତର, ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ସହଯୋଗ କରିଥିଲେ।

0
0
0
s2sdefault