ହେଡଲାଇନସ୍:

ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ଯୁକ୍ତ ଦୁଇ କଟଅଫ୍ ମାର୍କ ତାଲିକା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରେଭେନ୍ସା


ଭୁବନେଶ୍ୱର, ୭ ଜୁଲାଇ ୨୦୨୫ :ଯୁକ୍ତ ଦୁଇ ଆଡମିଶନ ପାଇଁ ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ତାଲିକା । ବିଜ୍ଞାନ ଓ ବାଣିଜ୍ୟ ଓ କଳା କଟଅଫ୍ ମାର୍କରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଟକ ଶୀର୍ଷରେ ରହିଛି । ବିଜ୍ଞାନରେ ସାଧାରଣ ବର୍ଗଙ୍କ ପାଇଁ ୯୧.୮୩% ସହ ରେଭେନ୍ସା ଶୀର୍ଷରେ ରହିଛି । ସେହିପରି ୮୯.୪୦% ମାର୍କ ସହ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭୁବନେଶ୍ବର ଦ୍ବିତୀୟ ସ୍ଥାନରେ ରହିଛି । ୮୭.୫୦ % କଟଅଫରେ ବାଲେଶ୍ବର ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟ ସ୍ଥାନରେ ରହିଛି ।

ସେହିପରି ବାଣିଜ୍ୟରେ ରେଭେନ୍ସା ସାଧାରଣ ବର୍ଗରେ ୮୦.୨୦% କଟଅଫ ରଖି ଶୀର୍ଷରେ ରହିଛି । ୭୮.୬୭% କଟଅଫ୍ ସହିତ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵିତୀୟରେ ରହିଛି । ୭୩.୫୦ % କଟଅଫ ସହିତ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟ ସ୍ଥାନରେ ରହିଛି । ସେହିଭଳି କଳା ବିଭାଗରେ ୮୧.୩୩% କଟଅଫ ସହ ପ୍ରଥମେ ରହିଛି ରେଭେନ୍ସା, ଦ୍ବିତୀୟରେ ରାଉରକୋ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଟଅଫ ୭୭.୩୩ % ରହିଛି, ତୃତୀୟରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୭୬.୮୬% କଟ ଅଫ ମାର୍କ ରହିଛି ।

ଯୁକ୍ତ ଦୁଇ ପଢ଼ିବା ପାଇଁ ୪ ଲକ୍ଷ ୪୬ ହଜାର ୨୦୫ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେଥିମଧ୍ୟରୁ ୪ ଲକ୍ଷ ୧୩ ହଜାର ୮୦୪ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଥମ କଟଅଫ ମାର୍କ ତାଲିକାରେ ନିଜ ବିଭାଗ ଅନୁଯାୟୀ ଚୟନ କରାଯାଇଛି । କଳା ବିଭାଗରେ ୨ ଲକ୍ଷ ୬୪ ହଜାର ୭୬୬ ଛାତ୍ରଛାତ୍ରୀଙ୍କ ପ୍ରଥମ ପର୍ଯ୍ୟାୟରେ ଚୟନ କରାଯାଇଛି । ସେହିପରି ବିଜ୍ଞାନରେ ୧ ଲକ୍ଷ ୧୭ ହଜାର ୦୮୯ ଜଣ ଏବଂ ବାଣିଜ୍ୟରେ ୨୦ ହଜାର ୫୫୨ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ସେହିପରି ସଂସ୍କୃତରେ ୬ ହଜାର ୮୧୧ ଜଣ ଚୟନ ହୋଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୪ ହଜାର ୫୮୬ ଜଣଙ୍କୁ ଚୟନ କରାଯାଇଛି ।

 

ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ପର୍ଯ୍ୟାୟରେ କୃତକାର୍ଯ୍ୟ ହୋଇପାରିନାହାଁନ୍ତି, ସେମାନେ ଦ୍ବିତୀୟ ପର୍ଯ୍ୟାୟ ଏବଂ ସ୍ପଟ ଆଡମିଶନରେ ଭାଗ ନେବାର ସୁଯୋଗ ପାଇବେ । ତେବେ ଜୁଲାଇ ୨୪ ତାରିଖରୁ ୨୦୨୫-୨୬ ଶିକ୍ଷା ବର୍ଷ ନିମନ୍ତେ ଯୁକ୍ତ ଦୁଇ ପାଠ ପଢ଼ା ଆରମ୍ଭ ହେବ ।

0
0
0
s2sdefault