ରାଉରକେଲା(ବସନ୍ତ କୁମାର ଜେନା) : ରାଉରକେଲା ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ସାମାଜିକ ଅନୁଷ୍ଠାନ ଅନ୍ୱେଷା -ଦ ହେଲପିଙ୍ଗ ହ୍ୟାଣ୍ଡ ତରଫରୁ ୧୧୪ ତମ ମାସିକିୟା ମାଗଣା ହାଟ ଆୟୋଜିତ ହୋଇଛି |ସେକ୍ଟର 6 ସ୍ଥିତ ସୁଭାଷ ପଲ୍ଲି ର ଏକତା କ୍ଲବ ଠାରେ ୧୧୪ତମ ମାସିକିୟା ମାଗଣା ହାଟ ନୂଆ ପୁରୁଣା ବସ୍ତ୍ର ଘରେଇ ଅସାବପତ୍ର ସ୍ୱଇଚ୍ଛାରେ ନେବାର ସୁଯୋଗ ଦିଆଯାଇ ଆନନ୍ଦ ଅଦଳ ବଦଲ କରାଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଓ ସମ୍ପାଦିକା ରଶ୍ମିତା ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ୍ଟର 6 ସ୍ଥିତ ସୁଭାଷ ପଲ୍ଲି ର ଏକତା କ୍ଲବ ର ବସ୍ତି ବାସିନ୍ତା ମାନେ ଯୋଗଦେଇଥିଲେ । ସେମାନଙ୍କ ସୁଖ ସମୃଦ୍ଧି କାମନା କରାଯାଇଥିଲା । ଏହି ଅବସରରେ ଅନ୍ତେବାସୀ ମାନେ ସେମାନଙ୍କ ମୌଳିକ ଅଧିକାର ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ମନୋଷି ଘୋଷ, ଇ ଚୈତନ୍ୟ, ବୈଶାଖୀ ସାହୁ, ଅନ୍ଵେଷା ପଣ୍ଡା, ଦେବୀକା ଘୋଷ, ପ୍ରମୋଦ ଜଗଦେବ,ଅଶୋକ ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରତିଷ୍ଠାତା ଶ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
୧୧୪ତମ ମାସିକିୟା ମାଗଣା ହାଟ-ମାନବ ସେବା ହିଁ ମାଧବ ସେବା
- Hits: 13