ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲା ଭାରତ ସ୍କାଉଟ୍ ଓ ଗାଇଡ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ର ମିଳିତ ଆନୁକୂଲ୍ୟରେ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପ୍ରାଙ୍ଗଣରେ ୭୬ ତମ ବନ ମହୋତ୍ସବ ସପ୍ତାହ-୨୦୨୫ ପାଳିତ ହୋଇଯାଇଛି।
ଜିଲ୍ଲାର ସମସ୍ତ ବ୍ଲକର ପ୍ରତ୍ୟେକ ବିଦ୍ୟାଳୟରେ ମଧ୍ୟ "ମା ପାଇଁ ଗଛଟିଏ" କାର୍ଯ୍ୟକ୍ରମ ଏକ ସପ୍ତାହ ପାଇଁ ଚାଲୁ ରହିବ।
ଏହି ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଏ.ରବି କୁମାର , ଭାରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ (ସମ୍ପାଦକ) ସୁରେନ୍ଦ୍ର ପାତ୍ର ଏବଂ ଜିଲ୍ଲା ସ୍କାଉଟ୍ ମାଷ୍ଟର ଓ ଗାଇଡ଼ କ୍ୟାପଟନ ଧୀରେନ୍ଦ୍ର କୁମାର ସାମଲ , କିଶୋର କୁମାର ସାମଲ , ଏ.ବି.ମିଶ୍ର , ପ୍ରିୟଦର୍ଶୀ ମିଶ୍ର , କିଶୋର ଦାସ , ରେଖାରାଣୀ ଦେଓ , ତପସ୍ୱୀନୀ ପଣ୍ଡା ପ୍ରମୁଖ ଯୋଗଦାନ କରି ଆମ୍ବ , ପିଜୁଳି , ପଣସ , ନଡିଆ , ଆତ ଆଦି ଅନେକ ନିତ୍ୟ ବ୍ୟବହାର ବୃକ୍ଷ ଗୁଡିକ ରୋପଣ କରି ନିଜକୁ ଗୌରବାନିତ୍ୟ ମନେ କରିଥିଲେ।
ରାଜ୍ୟ
ଜିଲ୍ଲା ଭାରତ ସ୍କାଉଟ୍ ଓ ଗାଇଡ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ର ମିଳିତ ଆନୁକୂଲ୍ୟରେ ୭୬ ତମ ବନ ମହୋତ୍ସବ ସପ୍ତାହ-୨୦୨୫ ପାଳିତ
- Hits: 12