ହେଡଲାଇନସ୍:

ଗଣିତ ବିଭାଗ ଅଧ୍ୟାପକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ସୋମବାର ଦିନ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଗଣିତ ବିଭାଗର ମୁଖ୍ୟ ଅଧ୍ୟାପକ ଅମୂଲ୍ୟ କୁମାର ପଣ୍ଡା ଅବସର ଗ୍ରହଣ କରିଥିବା ବେଳେ ମହାବିଦ୍ୟାଳୟ ପକ୍ଷରୁ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଗିରିଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ ପଣ୍ଡାଙ୍କ ଅନୁଷ୍ଠାନ ପ୍ରତି ରହିଥିବା ଅନୁରାଗ ଏବଂ ସହଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା I ଉତ୍ସବରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ରହି ପଣ୍ଡା ସାର୍ ଙ୍କର ପଣ୍ଡା ସାର୍ ଙ୍କର ଅବସରକାଳୀନ ସମୟ ଶାନ୍ତି ଏବଂ ଖୁସିରେ ଅତିବାହିତ ହେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ I

0
0
0
s2sdefault