ହେଡଲାଇନସ୍:

ଇଣ୍ଡିଆନ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ନୟାଗଡ଼(ବିଶ୍ଵଜିତ ନାୟକ) :- ନୟାଗଡ଼ ମାନ୍ଧାତାପୁର ଇଣ୍ଡିଆନ ବ୍ୟାଙ୍କରୁ ହୋଇଛି ଲୁଟ୍। ଛଅ ଜଣ ଦୁବୃର୍ତ୍ତ ଆସି ନୟାଗଡ଼ ମାନ୍ଧାତାପୁର ଇଣ୍ଡିଆନ ବ୍ୟାଙ୍କରେ କରିଛନ୍ତି ଡକାୟତି। ସମସ୍ତ ଦୁବୃର୍ତ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ମାନଙ୍କୁ ବନ୍ଧୁକ ଦେଖାଇ ୨୦ଲକ୍ଷରୁ ଅଧିକ ଟଙ୍କା ସହ ଗ୍ରାହକଙ୍କ ଠାରୁ ସୁନାଅଳଙ୍କାର ଲୁଟି ନେଇ ଯାଇଛନ୍ତି। ଜଣେ ମହିଳା ଗ୍ରାହକ ସୁଷମା ମଲ୍ଲିକଙ୍କ ଠାରୁ ୨୦ହଜାର ଟଙ୍କା ନେଇଯାଇଛନ୍ତି ଲୁଟେରା । ଟଙ୍କା ନେଇ ସେ ଦୋକାନ ପାଇଁ ଜିନିଷ କିଣିବାକୁ ଯାଉଥିବାବେଳେ ବ୍ଯବସାୟ ପାଇଁ ଲୋନ୍ ଉଦ୍ଦେଶ୍ଯରେ ମ୍ୟାନେଜରଙ୍କ ସହ କଥା ହେବାକୁ ଆସିଥିଲେ । ଦୁବୃର୍ତ୍ତଙ୍କ ମାଡ଼ରେ ବ୍ୟାଙ୍କର ତିନି କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ନୟାଗଡ଼ ସଦର ଓ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସମସ୍ତ ଲୁଟେରା ବାଇକ୍ ଯୋଗେ ଆସି ଲୁଟ୍ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଲୁଟେରାମାନେ ଓଡିଆରେ କଥାବାର୍ତ୍ତା କରୁଥିବାବେଳେ ସମସ୍ତେ ମୁହଁରେ ମୁଖା ପିନ୍ଧିଥିବା ପ୍ରତକ୍ଷଦର୍ଶି କହିଛନ୍ତି । ଲୁଟେରାମାନେ ବ୍ଯାଙ୍କ କର୍ମଚାରୀ ଏବଂ ଭିତରେ ଥିବା ଦୁଇଜଣ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଗୋଟିଏ କଡକୁ ନେଇଯାଇ ଲୁଟ୍ କରିଥିଲେ । ତେବେ ଲୁଟେରାମାନେ ବ୍ଯାଙ୍କର ଲକର୍ ଭାଙ୍ଗି ପାରିନାହାଁନ୍ତି । ସମସ୍ତ କର୍ମଚାରୀ ଏବଂ ଗ୍ରାହକଙ୍କ ମୋବାଇଲ ଲୁଟେରାମାନେ ନେଇଯାଇଥିଲେ । ମ୍ୟାନେଜରଙ୍କ ମୋବାଇଲ୍ ଟ୍ରାକ୍ କରି ପୋଲିସ ଡକାୟତଙ୍କ ପିଛା କରି ଦୁଇଜଣଙ୍କୁ ଦର୍ପନାରାୟଣପୁର ନିକଟରେ ଧରିଥିବା ସୂଚନା ମିଳିଛି ।

0
0
0
s2sdefault