ଓଡ଼ଗାଁ, ୧୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମ ଠାରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ବାରା ଅନୁଷ୍ଠିତ ୧୬ ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍) ୨୦୨୫ ମଙ୍ଗଳବାର ତୃତୀୟ ଦିନ ୨ ଗୋଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ୪ ଦଳ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ବ୍ରଦର୍ଶ ଇଲେଭେନ, ଏସ ଆର ଏସି ଦଳ ବିଜୟ ହାସଲ କରିଛନ୍ତି । ପ୍ରଥମ ମ୍ୟାଚ ମା' ଗୈାରୀ ଇଲେଭେନ ଟସଯିତି ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୧୨ ଓଭରେ ୪ ଉଇକେଟ ହରାଇ ୮୭ରନ କରିଥିବା ବେଳେ ଦ୍ବିତୀୟ ଇନିସରେ ବ୍ୟାଟିଂ କରିବାକୁ ଆସି ବ୍ରଦର୍ଶ ଇଲେଭେନ ( ବି ) ଦଳ ୫.୪ ଓଭରରେ ୯୧ ବିଜୟ ହାସଲ କରିଥିଲେ । ବିଜୟୀ ଦଳର ତୋଫାନ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ସେହିପରି ଦ୍ବିତୀୟ ମ୍ୟାଚରେ ଜୟ ଶ୍ରୀରା ଦଳ ଟସଯିତି ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୯ ଉଇକେଟ ହରାଇ ୮୩ ରନ ସଂଗ୍ରହ କରିଥିଲେ । ଏହାର ମୁକାବିଲା କରିବାକୁ ଯାଇ ଏସ ଆର ଏସସି ୫.୧ ଓଭରରେ ୨ ଉଇକେଟ ବିନିମୟରେ ୮୫ ରନ ସଂଗ୍ରହ କରି ୮ ଉଇକେଟରେ ମ୍ୟାଚ୍ ବିଜୟ ହାସଲ କରିଥିଲେ । ବିଜୟୀ ଦଳର ଲିଟି ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ସୈାରଭ, ରାମେଶ୍ବର, ବାଦଲ, ତନ୍ମୟ, ଶୁଭମ୍, ମିଥୁ, କିସନ ଆଜିର ଖେଳ ପରିଚାଳନା କରିଥିଲେ । ରଘୁନାଥ ଆଥଲେଟିକ ଆସୋସିଏସନ୍ ସମ୍ପାଦକ ତଥା ଖେଳ ମଣିଷ ଦିବାକର ନାୟକଙ୍କ ତତ୍ବାବଧାନରେ ଖେଳ ପରିଚାଳିତ ହେଇଥିଲା ।
ରାଜ୍ୟ
୧୬ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ) ୨୦୨୫ ତୃତୀୟ ଦିବସ, ବ୍ରଦର୍ଶ ଇଲେଭେନ ଏବଂ ଏସଆରଏସସି ବିଜୟୀ
- Hits: 281