ହେଡଲାଇନସ୍:

ବ୍ରଦର୍ଶ ଇଲେଭେନ, ଇଲେଭେନ ଏମ୍ପରର, ଓଡ଼ଗାଁ ସୁପର କିଙ୍ଗ ବିଜୟୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୬ତମ ଓଡ଼ଗାଁ କ୍ରିକେଟ ଲିଗ୍ ୨୦୨୫ ୪ର୍ଥ ଦିବସ

ଓଡ଼ଗାଁ, ୧୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମ ଠାରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ବାରା ଅନୁଷ୍ଠିତ ୧୬ ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍) ୨୦୨୫ ବୁଧବାର ୪ର୍ଥ ଦିନରେ ବ୍ରଦର୍ଶ ଇଲେଭେନ, ଇଲେଭେନ ଏମ୍ପରର ଏବଂ ଓଡ଼ଗାଁ ସୁପର କିଙ୍ଗ ବିଜୟ ହାସଲ କରିଥିଲେ । ପ୍ରଥମ ମ୍ୟାଚରେ ସିଡିଏ ଟସଯିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ବ୍ରଦର୍ଶ ଇଲେଭେନ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୧୦ ଓଭରରେ ୭ ଉଇକେଟ ବିନିମୟରେ ୧୦୭ ରନ କରିଥିବା ବେଳେ ସିଡିଏ ଦ୍ବିତୀୟରେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ଓଭରେ ୯ ଉଇକେଟ ହରାଇ ୮୦ରନ କରି ୨୭ ରନ୍ ପାର୍ଥକ୍ୟରେ ମ୍ୟାଚ୍ ହାରି ଯାଇଥିଲା । ବିଜୟୀ ଦଳର ଫୁକୁ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲା । ଦ୍ବିତୀୟ ମ୍ୟାଚ୍ ଇଲେଭେନ ଏମ୍ପରର ଟସଯିତି ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୧୦ ଓଭରରେ ୩ ଉଇକେଟ ହରାଇ ୧୫୫ ରନ କରିଥିବା ବେଳେ ଏହାର ମୁକାବିଲା କରିବାକୁ ଯାଇ ଓଡ଼ଗାଁ ପଲଟନ ୧୦ ଓଭରରେ ୫ ଉଇକେଟ ହରାଇ ୧୨୧ ରନ୍ କରି ୩୪ ରନ୍ ବ୍ୟବଧାନରେ ମ୍ୟାଚ୍ ହାରି ଯାଇଥିଲା ।

ବିଜୟୀ ଦଳର ପଦୀ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ସେହିପରି ତୃତୀୟ ମ୍ୟାଚ୍ ଓଡ଼ଗାଁ ସୁପର କିଙ୍ଗ ଟସଯିତି ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୧୦ ଓଭରେ ୫ ଉଇକେଟ ହରାଇ ୧୦୧ ରନ୍ ସଂଗ୍ରହ କରିଥିଲା ବେଳେ ପ୍ରତିପକ୍ଷ ଫିଅରଲେସ ଫାଲକନ ନିର୍ଦ୍ଧାରିତ ୧୦ ଓଭରରେ ୯ ଉଇକେଟ ହରାଇ ୬୯ ରନରେ ସୀମିତ ରହି ୩୨ ରନ୍ ବ୍ୟବଧାନରେ ମ୍ୟାଚ୍ ହାରିଥିଲା । ବିଜୟୀ ଦଳର ବ୍ରହ୍ମା ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ । ମିଥୁନ, କିଶନ, ରୋହନ, ଦିଗା ଏବଂ ମିତୁ ଆଜିର ଖେଳ ପରିଚାଳନା କରିଥିଲେ । ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ରଘୁନାଥ ଆଥଲେଟିକ ଆସୋସିଏସନ୍ ସମ୍ପାଦକ ତଥା ଖେଳ ମଣିଷ ଦିବାକର ନାୟକଙ୍କ ତତ୍ବାବଧାନରେ ଖେଳ ସମ୍ପାଦିତ ହୋଇଥିଲା ।

0
0
0
s2sdefault