ହେଡଲାଇନସ୍:

ପୁରୀରେ ହତ୍ୟାକାଣ୍ଡ : ୮୩ ବର୍ଷୀୟ ସେବାୟତଙ୍କୁ ହତ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପୁରୀ ୧୧/୬- ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ଶ୍ରୀକ୍ଷେତ୍ରରେ ଚାଞ୍ଚଲ୍ଯ । ଶ୍ରୀମନ୍ଦିର ନିକଟସ୍ଥ ଗୁଡିଆ ସାହିରେ ଘଟିଛି ଦୁଃଖଦ ଘଟଣା । ୮୩ ବର୍ଷୀୟ ବୃଦ୍ଧ ବରିଷ୍ଠ ସେବାୟତ ଜଗନ୍ନାଥ ଦିକ୍ଷୀତଙ୍କୁ ହତ୍ଯା କରାଯାଇଛି । ସ୍ନାନ ପୂର୍ଣ୍ଣିମା ପାଇଁ ସହର ସାରା ପୋଲିସ ଛାଉଣୀ ଥିବା ବେଳେ ବୃଦ୍ଧ ସେବାୟତଙ୍କୁ ହତ୍ୟାକାଣ୍ଡ ପୋଲିସର ମୁଣ୍ଡବିନ୍ଧା ବଢାଇଛି ।

ପ୍ରାଥମିକ ତଦନ୍ତ ଅନୁଯାଇ , ମୃତକ ଜଗନ୍ନାଥ କିଛି ଟଙ୍କା ନାରଣ ପାଟ୍ଟଯୋଶୀ ନାମକ ବ୍ୟକ୍ତିଙ୍କୁ ଧାର ଦେଇଥିଲେ । ଋଣ ଆଦାୟ କରିବା ପାଇଁ ଯାଇଥିବା ବେଳେ, ତାଙ୍କୁ ନାରଣ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ପୁରୀ ମୁଖ୍ଯ ଚିକିତ୍ସାଳୟକୁ ଶବ ବ୍ଯବଚ୍ଛେଦ ପାଇଁ ପଠାଇଛି । ନାରଣଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।ସେଠାରେ ଉତ୍ତେଜନା ସହ ସ୍ଥାନୀୟ ଲୋକମାନଙ୍କର ଗହଳି ପରିଲକ୍ଷିତ ହୋଇଛି । ଅପରାଧୀଙ୍କୁ ଶୀଘ୍ର ଗିରଫ କରି କଠୋର ଶାସ୍ତି ଦେବାକୁ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି ।

0
0
0
s2sdefault