ହେଡଲାଇନସ୍:

ଓଡ଼ଗାଁ ଏନ୍ଏସିର ଓ୍ବାଡ ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ର ନିର୍ବାଚନ ପାଇଁ ପ୍ରାରମ୍ଭିକ ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସ୍ଥିରି କୃତ ହୋଇଥିବା ୧୫ ଓ୍ବାଡର ପୁନଃ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ଓଡ଼ଗାଁ ଏନ୍ଏସି ବିଜେପି ଦଳ ପ୍ରତିନିଧି ତପନ ସାମନ୍ତରାୟ ଏବଂ ମଣ୍ଡଳ ଉପ ସଭାପତି ସୁଶାନ୍ତ କୁମାର ସାହୁଙ୍କ ସହିତ ଅନ୍ୟମାନେ ନୟାଗଡ଼ ଜିଲ୍ଲା ପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଏବଂ ଏହାର ନକଲ ନିର୍ବାଚନ କମିଶନର ଓଡ଼ିଶାଙ୍କ ଅବଗତି ନିମନ୍ତେ ପ୍ରେରଣ କରିଥିବା ଜଣାପଡିଛି । ଜିଲ୍ଲାପାଳଙ୍କ ନିକଟରେ କରିଥିବା ଅଭିଯୋଗ ଅନୁସାରେ ଓଡ଼ଗାଁ ଏନ୍ଏସି ଓ୍ବାଡର ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣକୁ ନେଇ ଆଗରୁ ହାଇକୋରରେ ଏକ ମାମଲା ରୁଜୁ ହୋଇଥିଲା । ଅଭିଯୋଗ କାରି ଏବଂ ପ୍ରଶାସନ ମଧ୍ୟରେ ବୁଝାବଣା ଯୋଗୁଁ ମାମଲାର ରଫାଦଫା ପରେ ସୀମା ନିର୍ଦ୍ଧାରଣ ଆସନ ସଂରକ୍ଷଣ ବଳବତ୍ତର ରହିଥିଲା । ପୂର୍ବରୁ ସରକାରଙ୍କ ନେତାମାନେ ସେମାନଙ୍କୁ ସୁହାଇବା ଅନୁସାରେ ସୀମା ନିର୍ଦ୍ଧାରଣ କରିଛନ୍ତି । ଏଣୁ ପୂର୍ବ ସୀମା ନିର୍ଦ୍ଧାରଣକୁ ବଦଳାଇ ପୁଣି ଥରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରସ୍ତୁତ କରାଯାଉ ବୋଲି ବିଜେପି ଦଳ ତରଫରୁ ଦାବି ହୋଇଛି । ଏନ୍ଏସିର ବହୁ ସ୍ଥାୟୀ ବାସିନ୍ଦା ବର୍ତ୍ତମାନର ଭୋଟର ତାଲିକାରୁ ବାଦ ପଡ଼ିଥିବାଷକାରଣରୁ ଘରକୁ ଘର ବୁଲି ନୂତନ ଭୋଟର ତାଲିକା ପ୍ରସ୍ତୁତ କରାଯାଉ । କାରଣ ଏହି ତୃଟିପୂର୍ଣ୍ଣ ଭୋଟର ତାଲିକାରେ ୩ ନମ୍ବର ଓ୍ବାଡ ଭୋଟରମାନଙ୍କ ନାମ ୪ ନମ୍ବରରେ ଏବଂ ୫ ନମ୍ବର ଓ୍ବାଡର ଭୋଟରଙ୍କ ନାମ ୩ ନମ୍ବର ଓ୍ବାଡରେ ରହିଥିବା ନେଇ ଜଣାଯାଇଛି । ଏହାକୁ ତଦନ୍ତ କରାଯାଇ ସତ୍ୟାସତ୍ୟକୁ ବିଚାର କରି ଶଂସୋଧନ କରାଯାଉ ବୋଲି ବିଜେପି ଦଳ ତରଫରୁ ଦାବି ହୋଇଛି ।

0
0
0
s2sdefault