ବେଲଗୁଣ୍ଠା-:(ଶିବରାମ ଚୌଧୁରୀ )-:ବେଲଗୁଣ୍ଠାବାଣତୁମ୍ବଠାକୁରାଣୀ ମନ୍ଦିର ନିକଟରେ ଏକ ବାଇକ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗୁରୁବାର ଦିନ ରାତି ପ୍ରାୟ ସାଢ଼େ୮ଟା ବେଳେ ସ୍ଥାନୀୟ ଖଦାଳ ସାହିରେ ରହୁଥିବା ଆଶ୍ରମ କରଡ଼ାବାଡ଼ି ନିକଟ ଷୋଡ଼ଙ୍ଗି ଗ୍ରାମର ବିଜୁ ନାଇକ(21)ଓ ତାଙ୍କ ଗ୍ରାମର ଅନ୍ୟଜଣେ ସାଙ୍ଗ କୁନା ନାଇକ(18) କୌଣସି ଏକ କାମରେ ଭଞ୍ଜନଗର ଯାଇ କାମ ସାରି ଭଞ୍ଜନଗର ରୁବେଲଗୁଣ୍ଠା ଅଭିମୁଖେ ଏକ ଟି20 ପଲ ସର ବାଇକ ଯୋଗେ ଫେରୁଥିବା ବେଳେ ବାଣତୁମ୍ବଠାକୁରାଣୀ ମନ୍ଦିର ନିକଟରେ ବାଇକ୍ ଉପରୁ ଭାରସାମ୍ୟ ହରାଇଥିଲେ ଫଳରେ ରାସ୍ତା କଡ଼ରେ ଥିବା ଏକ ଗଛକୁ ସହ ବାଇକର ଧକ୍କା ହୋଇଥିଲା ଓ ଏଥିରେ ଦୁଇ ଯୁବକ ଗୁରୁତର ଆହତ ହୋଇ ରାସ୍ତାକଡ଼ରେ ପଡ଼ିରହିଥିବାବେଳେ ସ୍ଥାନୀୟ ଲୋକେ ସ୍ଥାନୀୟ ତନରଡ଼ା ଦମ କଳବାହିନୀକୁ ଖବର ଦେଇଥିଲେ । ଦମ କଳବାହିନୀ କର୍ମଚାରୀ ମାନେ ଦୁଇ ଆହତଙ୍କୁ ଉଦ୍ଧାର କରି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭତ୍ତି କରି ଥିଲେ । ବିଜୁ ନାଇକ ଗୁରୁତର ଆହତ ହୋଇଥିବା ସୂଚନା ରହିଥିବା ବେଳେ କୁନା ନାଇକ ସାମାନ୍ୟ ଆହତ ହୋଇଥିବା ଜଣା ପଡ଼ିଛି। ପ୍ରାଥମିକ ଚିକିତ୍ସା ପରେ ଉଭୟଆହତ ଯୁବକ ଦ୍ବୟ ଘରକୁ ଫେରିଥିବା ବେଳେ କୌଣସି ପୋଲିସ କେଶ ହୋଇଥିବା ଖବର ହସ୍ତଗତ ହୋଇ ନାହିଁ। ବେପରୁଆ ଗାଡ଼ି ଚାଳନ ଯୋଗୁଁ ପ୍ରତିଦିନ ଅନେକ ଦୁର୍ଘଟଣା ହେଉଥିବା ବେଳେ ଏଥିରେ ସୁଧାର ଆଣିବା ପାଇଁ ପୋଲିସ୍ ଓ ଅନ୍ୟ ସ୍ୱେଚ୍ଛା ସେବୀ ସଂଗଠନ ତରଫରୁ ସଚେତନ ତାର ଆବଶ୍ୟକତା ରହିଛି ବୋଲି ବହୁ ବୁଦ୍ଧିଜୀବି ପ୍ରକାଶ କରିଛନ୍ତିା
ରାଜ୍ୟ
ବେଲଗୁଣ୍ଠା ବାଣତୁମ୍ବ ଠାକୁରାଣୀ ମନ୍ଦିର ନିକଟରେ ବାଇକ ଦୁର୍ଘଟଣା ଦୁଇ ଗୁରୁତର ଆହତ
- Hits: 7