ଜଗତସିଂହପୁର,ତା-୦୫.୦୬.୨୦୨୫/ସୁମନ୍ତ କୁମାର ଦାସ: ସାମପୁର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ବନ ବିଭାଗର ମିଳିତ ଆନ୍ୟୁକୁଲ୍ୟରେ ବିଶ୍ଵ ପରିବେଶ ଦିବସ ପାଳନ ହେବାସହ ଚାରା ରୋପଣ କରାଯାଇଛି । ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ଯକ୍ଷ ଶ୍ରୀନିବାସ ପ୍ରତିହାରୀଙ୍କ ତତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ଯକ୍ଷ ରବି ବଛେତି, ଅତିରିକ୍ତ ଜିଲ୍ଲା ଜଜ୍ (ପୋକ୍ସୋ) ଗାର୍ଗୀ ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ସୁବାଶ ଭୂଷଣ ମହାପାତ୍ର, ସମ୍ପାଦକ ପ୍ରସନ୍ନ କୁମାର ମହାନ୍ତି, ଉପ ସଭାପତି ସରୋଜ କୁମାର ବିଶ୍ଵାଳ, ଆଇନଜୀବୀ ସୂର୍ଯ୍ୟ ନାରାୟଣ ଦାଶ, ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ ଓଜଦ୍ଵିତୀ ମହାନ୍ତି, ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା, ଦେୱାନୀ ବିଚାରପତି ଅନନ୍ୟା ଦାସ, ବନ୍ନାଞ୍ଚଳ ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାୟ, ବନପାଳ ପୀତବାସ ମହାପାତ୍ର, ସୁକାନ୍ତ କୁମାର ବେହେରା, ଆଇନଜୀବୀ, ଶିକ୍ଷକଶିକ୍ଷୟତ୍ରୀ, ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ସଚେତନତା ସଭାର ଆୟୋଜନ କରାଯାଇ ଜାତୀୟ ସଂଗୀତ ଗାନ କରଯାଇଥିଲା । ଅଧ୍ଯକ୍ଷ ଶ୍ରୀ ପ୍ରତିହାରୀ ବିଶ୍ଵ ପରିବେଶ ଦିବସର ମହତ୍ଵ ବିଷୟରେ ବୁଝାଇବ ସହ କହିଥିଲେ ଯେ ଆମେ ସମସ୍ତେ ଏହି ପରିବେଶରୁ ସୃଷ୍ଟି ଏବଂ ଗୋଟେ ଦିନ ଆମେ ଏହି ପରିବେଶରରେ ବିଲ୍ଲିନ୍ନ ହେବା । ବୃକ୍ଷ ଦ୍ଵାରା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ହ୍ରାସ ପାଇ ଅମ୍ଳଜାନର ମାତ୍ରା ବୃଦ୍ଧି ପାଇଥାଏ । ପରିବେଶ ସ୍ଵଛ ରହିଲେ ଆମର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ସୁସ୍ଥ ରହେ । ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାଇ ସମସ୍ତଙ୍କପାଇଁ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ହେଉଛି ଆମର ସାମ୍ବିଧାନିକ ଅଧିକାର । ପରିବେଶ ସ୍ଵଛ ରହିବା ଦ୍ଵାରା ଯୁବପିଢିଙ୍କ ମଧ୍ୟରେ ମାନସିକ ଓ ବୌଦ୍ଧିକ ବିକାଶ ହୋଇଥାଏ । ପରିବେଶ ଦିବସରେ ବୃକ୍ଷ ରୋପଣ କରିବା ସହ ବୃକ୍ଷର ଯତ୍ନ ନେବା ଉଚିତ ବୋଲି ଅଧ୍ଯକ୍ଷ ଶ୍ରୀ ପ୍ରତିହାରୀ ସଚେତନ କରାଇବାସହ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ଗୁରୁତ୍ଵାରୋପ କରିଥିଲେ । ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା ଅତିଥି ପରିଚୟ କରିଥିବାବେଳେ ବିଦ୍ୟାଳୟର ଅଧ୍ଯକ୍ଷ ଶ୍ରୀ ବଛେତି ଧନ୍ୟବାଦ ଦେଇଥିଲେ ।
ରାଜ୍ୟ
ବିଶ୍ଵ ପରିବେଶ ଦିବସ ପାଳିତ
- Hits: 73