ଗାଇସିଲେଟ :-ବରଗଡ ଜିଲ୍ଲା ହେଉଛି ଓଡ଼ିଶାର ଭାତ ହାଣ୍ଡି । ଏଠି ଚାଷ କରି ଭରଣ ପୋଷଣ କରନ୍ତି ଲୋକେ ହେଲେ ଆଜିକାର ସମୟରେ ଅତ୍ୟାଧୁନିକ ଯନ୍ତ୍ର ପାତି ଚାଷ କାର୍ଯ୍ୟ ପାଇଁ ବ୍ୟବହୃତ ହେଉଛି ହେଲେ ସେ ସବୁ ସହରାଞ୍ଚଳ ମାନଙ୍କରେ । ଗାଁ ମାନଙ୍କରେ ଏବେ ବି ଲୋକେ ହଲ କିମ୍ବା ଭଡ଼ାରେ ଟ୍ରାକ୍ଟର ଲଗାଇ ଚାଷ କରୁଛନ୍ତି । ଟ୍ରାକ୍ଟର ଭଳି ମେସିନ କୁ ସମସ୍ତେ ବ୍ୟବହାର କହିପାରୁନାହାନ୍ତି କାରଣ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡିଥାଏ ଯାହାକି ଗୋଟିଏ କ୍ଷୁଦ୍ର ଚାଷୀ ଠୁ ମଧ୍ୟମ ଧରଣର ଚାଷୀ କିଣି ପାରିବ ନାହିଁ । ଏବେ କିନ୍ତୁ କମ୍ ମୂଲ୍ୟ ତଥା ସରକାର ସବସିଟି ମାଧ୍ୟମ ରେ ଚାଷୀଙ୍କ ପାଇଁ ଛୋଟ ଛୋଟ ଚାଷ କାର୍ଯ୍ୟରେ ବ୍ୟବହୃତ ମେସିନ ଗୁଡ଼ିକ ବିଭିନ୍ନ ଦୋକାନୀ ଙ୍କ ମାଧ୍ୟମ ରେ ଚାଷୀଙ୍କ ପାଖକୁ ପହଞ୍ଚୁଛି । ଠିକ୍ ସେହି ଭଳି ବରଗଡ ଜିଲ୍ଲା ଗାଇସିଲେଟ ଅଞ୍ଚଳ ରେ ଏସବୁ ପ୍ରକାର ସୁବିଧା ରୁ ବଞ୍ଚିତ ଥିଲେ ଚାଷୀ । ଯଦି ଏହି ସୁବିଧା ପାଇବା ପାଇଁ ହେଲେ ୩୦ରୁ ୪୦ କିଲୋମିଟର ସହରାଞ୍ଚଳ କୁ ଯିବାକୁ ପଡୁଥିଲା । ଏବେ ଗାଇସିଲେଟ ସହିଦ ଛକ ଠାରେ ମା ଏଗ୍ରୋ ସେଲ ସର୍ଭିସ୍ କୃଷୀ ଯନ୍ତ୍ରପାତି ଦୋକାନ ର ଶୁଭାରମ୍ଭ ହୋଇ ଯାଇଛି ଯାହାକୁ ନେଇ ଅଞ୍ଚଳ ର ଚାଷୀ ମାନେ ଖୁବ ଖୁସି ପ୍ରକଟ କରିଛନ୍ତି । ଏହି ଅବସରରେ ଜାମୁଟପାଲି ପଞ୍ଚାୟତ ସମିତି ସଭ୍ୟ ତଥା ସମାଜସେବୀ ସରୋଜ ଶ୍ରୀ ଭୂଷଣ ସାହୂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ଉଦଘାଟନ ଉତ୍ସବ ଅବସରରେ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।
ରାଜ୍ୟ
କୃଷି ଯନ୍ତ୍ରପାତି ଏବେ ହାତ ପାହାନ୍ତା ରେ
- Hits: 874