ଭୁବନେଶ୍ୱର,୪/୬/୨୫ : କୋରାପୁଟ ମେଡ଼ିକାଲ କଲେଜ ଆଇସିୟୁରେ ୪ଜଣ ରୋଗୀଙ୍କର ମୃତ୍ୟୁ ସମ୍ପର୍କରେ ଅଭିଯୋଗ ମିଳିବା ମାତ୍ରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ଘଟଣାର ବିଧିବଦ୍ଧ ତଦନ୍ତ ନିମନ୍ତେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ, ବ୍ରହ୍ମପୁରର ବରିଷ୍ଠ ବିଶେଷଜ୍ଞମାନଙ୍କୁ ନେଇ ଏକ ବିଶେଷଜ୍ଞ ଟିମ୍ ଗଠନ କରାଯାଇଛି ।
ଘଟଣାର କ୍ଷେତ୍ରସ୍ତରୀୟ ତଦନ୍ତ କରି ୨ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ନିମନ୍ତେ ଟିମଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଦରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସ୍ପଷ୍ଟ କରିଦିଆଯାଇଛି ।
ରାଜ୍ୟ
କୋରାପୁଟ ମେଡ଼ିକାଲ କଲେଜ ଆଇସିୟୁରେ ରୋଗୀଙ୍କ ମୃତ୍ୟୁ ବିଷୟରେ କାର୍ଯ୍ୟାନୁଷ୍ଠାନ
- Hits: 103