ହେଡଲାଇନସ୍:

ଘୁ.ଉଦୟଗିରି ଏନନଏସି ସମୀକ୍ଷା ବୈଠକରେ ବିଭିନ୍ନ ଯୋଜନାର ସମୀକ୍ଷା କଲେ ଗ୍ରୁହ ଓ ନଗର ଉନ୍ନୟନ ମନ୍ତ୍ରୀ, ପାନୀୟ ଜଳ ସହିତ ଡ୍ରେନେଜ ବ୍ଯବସ୍ଥାକୁ ଗୁରୁତ୍ବ...

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଆଜି ଘୁ.ଉଦୟଗିରି ଏନଏସି ସମୀକ୍ଷା ବୈଠକରେ ରାଜ୍ଯ ଗ୍ରୁହ ଓ ନଗର ଉନ୍ନୟନ ମନ୍ତ୍ରୀ କ୍ରୁଷ୍ନ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଏନଏସି ଅଧକ୍ଷା ଦେବସ୍ମିତା ଶତପଥୀଙ୍କ ଅଧକ୍ଷତାରେ ଆୟୋଜିତ ଏହି ବୈଠକରେ କଣ କଣ ଉନ୍ନୟନ ମୂଳକ କାମ ଚାଲିଛି କଣ କଣ ହେବା ଆବଶ୍ଯକ ରହିଛି ତାହାରି ଉପରେ ଏନଏସି କତ୍ରୁପକ୍ଷକଂ ଜାଣିବା ପରେ ଆବଶ୍ଯକ ରହିଥିବା ବିଭିନ୍ନ ଯୋଜନାର ବିଭାଗୀୟ ଅଧିକାରୀକଂ ସମୀକ୍ଷା କରିଥିଲେ । ବିଶେଷ କରି ବର୍ଷା ପୂର୍ବରୁ ଡ୍ରେନେଜ ବ୍ଯବସ୍ଥା ସୁଧାରିବା, ଆଗାମୀ ୫୦ ବର୍ଷ ପାଇଁ ଲୋକଙ୍କୁ ଯେପରି ୨୪ ଘଣ୍ଟା ଶୁଧ୍ଧ ପାନୀୟ ଜଳ ମିଳିବାରେ ସମସ୍ଯା ରହିବ ନାହିଁ ତାରି ଉପରେ ଯୋଜନା ପ୍ରସ୍ତୁତ କରିବା, ନଦୀକୁ ସଂଯୋଗ ହୋଇ ଥିବା ଡ୍ରେନକୁ ପରିଷ୍କାର କରି ନଦୀକୁ ଛାଡିବା ଯୋଜନା, ତିନୋଟି ଶ୍ମଶାନକୁ ଆଦର୍ଶ ସ୍ମଶାନରେ ପରିଣତ କରିବା, ବିଭିନ୍ନ ସ୍ଥାନର ଷ୍ଟ୍ରିଟ୍ ଲାଇଟ ସମସ୍ଯାର ସମାଧାନ, ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ପଦବୀ ପୂରଣ ସହିତ ନୂତନ ସ୍ଥାନରେ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିବା, ଅତିରିକ୍ତ ଉପ ଜିଲ୍ଲାପାଳ କାଯ୍ଯାଳୟ କାର୍ଯ୍ୟକ୍ଷମ କରିବା, ଘୁ.ଉଦୟଗିରିରୁ ଗୋପାଳପୁର ଏବଂ ପୁରୀ ସରକାରୀ ବସ ଚଳାଚଳ କରିବା, ବନ୍ଦ ରହିଥିବା ବାଲିଗୁଡା କଟକ ସରକାରୀ ବସ ପୁନଃ ଚଳାଚଳ କରିବା, ଆହାର କେନ୍ଦ୍ର ଏବଂ ଉଦ୍ଯାନ ଫ୍ରେସ ସ୍ଥାନାନ୍ତର କରି ବସ ଷ୍ଟପ କରିବା ଆଦି ବିଷୟରେ ମନ୍ତ୍ରୀ କଂ ଦ୍ରୁଷ୍ଟି ଆକର୍ଷଣ କରଯାଇଥିଲା । ନୂତନ ସ୍ଥାନରେ ନୂତନ ଏନଏସି କାଯ୍ଯାଳୟ ନିର୍ମାଣ କରିବା ଅଧକ୍ଷା ପ୍ରସ୍ତାବ ଦେଇଥିବା ବେଳେ ଦଳୀୟ କର୍ମୀମାନେ ଘୁ.ଉଦୟଗିରିକୁ ସବଡିଭିଜନ ଘୋଷଣା କରିବା ସହିତ ସ୍ୱାସ୍ଥ୍ୟ ସେବା ଗୁରୁତ୍ବ ଦେବା ପାଇଁ କହିଥିଲେ l ଏହି ବୈଠକରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, କାଯ୍ଯନିର୍ବାହି ଅଧିକାରୀ ଆଶୁତୋଷ ଗୌରବ କର, ଉପାଧକ୍ଷ ସନ୍ତୋଷ ବାଘ, ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶିମା୍ଝି, ସାଂସଦ ପ୍ରତିନିଧି ପ୍ରିୟବ୍ରତ ସାହୁକଂ ସହିତ ଏନଏସି କାଉନସିଲରକଂ ସହିତ ବିଭିନ୍ନ ବିଭାଗର ପଦାଧିକାରୀମାନେ ଯୋଗ ଦେଇଥିଲେ । ମନ୍ତ୍ରୀ ଶ୍ରୀ ମହାପାତ୍ର ବିଏସଏନଏଲ କାଯ୍ଯାଳୟ ପହଞ୍ଚିବା ପରେ ସେଠାରେ ବିଜେପି ଦଳ ତରଫରୁ ନଗର ସଭାପତି ଭେକେଂଟେଶ୍ୱର ବେହେରା ଫୁଲତୋଡା ଦେଇ ସ୍ୱାଗତ କରିବା ସହିତ ପଦଯାତ୍ରାରେ ବାହାରି ଗାନ୍ଧୀ ଛକରେ ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ଯ ଅର୍ପଣ କରିଥିଲେ । ଏହି ପଦଯାତ୍ରାରେ ଜିଲ୍ଲା ସାଧାରଣ ସଂପାଦକ ମାନଗୋବିନ୍ଦ ପ୍ରଧାନ, ରାମବିଶି ଦିଗାଳ, ଗ୍ଯାନ ଚନ୍ଦ୍ର ପ୍ରଧାନ, ମାୟାବନ୍ଧୁ ପ୍ରଧାନ, ପ୍ରଶାନ୍ତ ବଗର୍ତୀ, ମନୋଜ ମହାପାତ୍ର, ସୁଧାଶୁଂ ଆଚାର୍ଯ୍ୟ, ବିଶୁ ମହାରଣା, ଲକ୍ଷ୍ମଣ ଆଚାର୍ଯ୍ୟ, ପ୍ରଶାନ୍ତ ମୁନି ପ୍ରମୁଖ ଯୋଗ ଦେଇଥିଲେ ।

0
0
0
s2sdefault