ହେଡଲାଇନସ୍:

ଦୁର୍ଘଟଣାରେ ଯୁବକ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ମଙ୍ଗଳବାର ରାତିରେ ଗାଙ୍ଗପୁର ଥାନା ଅନ୍ତର୍ଗତ ବୋରୀ ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ ଜାଣେ ଯୁବକଙ୍କ ମୃତ୍ୟୁ ଘଟିଛି I ମୃତ ଯୁବକ ଜଣଙ୍କ ହେଲେ ବିଞ୍ଝଗିରୀ ଗ୍ରାମର ଶଙ୍କର ନାୟକ I ସୂଚନା ପ୍ରକାରେ ମଙ୍ଗଳବାର ରାତି ଆଠ ଘଂଟା ପଞ୍ଚତିରିଶି ମିନିଟ୍ ସମୟରେ ଶଙ୍କର ବିଞ୍ଝଗିରୀରୁ ଏକ ମୋଟରସାଇକେଲ୍ ଯୋଗେ ସିଂହମର୍ଦ୍ଦନ ଅଭିମୁଖେ ଯାଉଥିଲେ I ଏହି ସମୟରେ ସେ ବୋରୀ ରାସ୍ତାର ଦଲକ ତୋଟା ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ପିଟି ହୋଇଯାଇ ଏକ କଲଭର୍ଟ୍ ତଳକୁ ପଡ଼ିଯାଇଥିଲେ I ଫଳରେ ସେ ଗୁରୁତର ଆହତ ହେବା ସହିତ ପ୍ରବଳ ରକ୍ତସ୍ରାବ ହୋଇଥିଲା I ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଗୋବରା ମେଡ଼ିକାଲ୍ ରେ ଭର୍ତ୍ତି କରିବା ପରେ ତାଙ୍କୁ ପରେ ଭଞ୍ଜନଗର ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଥିଲା I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଘଟଣା ସମ୍ପର୍କରେ ଶଙ୍କରଙ୍କ ଶ୍ୱଶୂର ଖଇରପୁଟି ଗ୍ରାମର ସୂର୍ଯ୍ୟମଣି ଗୌଡ ଗାଙ୍ଗପୁର ଥାନାରେ ଜଣାଇବା ପରେ ତଦନ୍ତ କାରୀ ଅଧିକାରୀ ଏସ୍ଆଇ ଆର୍ତ୍ତତ୍ରାଣ ଦାନୀ ଘଟଣା ସ୍ଥଳ ପରିଦର୍ଶନ କରି ଦୂର୍ଘଟଣାଗ୍ରସ୍ତ ମୋଟରସାଇକେଲ୍ କୁ ଜବତ କରିଥିଲେ I ଏନେଇ ଗାଙ୍ଗପୁରର ଥାନାରେ 381/25 ରେ ଏକ ମାମଲା ରୁଜୁ କରାଯାଇ ମୃତ ଶଙ୍କରଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ପ୍ରକାଶ କରିଛନ୍ତି I

 

0
0
0
s2sdefault