ସୋହେଲା :-ବରଗଡ଼ ଜିଲ୍ଲା ସୋହେଲା ବ୍ଳକରେ ଥିବା ପାଣିମୋରା ପ୍ରାଥମିକ କୃଷି ସେବା ସମବାୟ ସମିତିରେ ବ୍ୟାପକ ନକଲି ଧାନ ବିକ୍ରୟ କାର୍ଡ଼ ତିଆରି କରି ସେଥିରେ ଧାନ ବିକି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ।ଆଜି ଏହି ପେକ୍ସ ଅନ୍ତର୍ଗତ କୁଶୁର୍ଡ। ଗ୍ରାମର ଚାଷୀ ମାନେ ସୋହେଲା ସାମ୍ବାଦିକ ମାନଙ୍କୁ ଲିଖିତ ଭାବେ ସୂଚନା ଦେଇଛନ୍ତି ଯେ ତାଙ୍କ ଗ୍ରାମରେ ଅନେକ ଲୋକଙ୍କ ଯାହାର ଚାଷଜମି ନାହିଁ ,ଗଭୀର ନଳକୂପ ନାହିଁ ତଥା ବୈଧ ବିଦ୍ୟୁତ ସଂଯୋଗ ନାହିଁ ସେମାନଙ୍କ ର ମଧ୍ୟ ଧାନ ବିକ୍ରି ପାଇଁ ୬୫ କ୍ୱିଣ୍ଟାଲ ଧାନ ବିକ୍ରି କାର୍ଡ଼ ତିଆରି ହୋଇଛି ।ଅପର ପକ୍ଷେ ଅନେକ ଚାଷୀ ସବୁ ଆବଶ୍ୟକ କାଗଜପତ୍ର ଥିବା ସତ୍ୱେ ଅତି କମ ଧାନ ବିକ୍ରି କାର୍ଡ଼ ପାଇଛନ୍ତି ।କିଛି ପରିବାର ରେ ବାପା , ଭାଇ , ଭାଇବହୁ , ପତ୍ନୀ ସମସ୍ତଙ୍କ ନାମରେ କାର୍ଡ଼ ତିଆରି ହୋଇଛି । ଆଶ୍ଚର୍ଯ୍ୟର କଥା ଯେଉଁ ମାନଙ୍କ କାର୍ଡ଼ ନକଲି ବୋଲି ଅଭିଯୋଗ ହୋଇଛି ସବୁଯାକ ସମାନ ୬୫ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଅନୁମତି ପାଇଛନ୍ତି ।ଜମି , ବୋରିଂ , ବିଦ୍ୟୁତ ବିଲ ସବୁ ଥାଇ ଧାନଚାଷ କରିଥିଲେ ମଧ୍ୟ ଅତି କମ ଧାନ ବିକ୍ରୀ ଅନୁମତି ପାଇଛନ୍ତି ।ଏବିଷୟରେ ପାଣିମୋରା ପେକ୍ସ ସମ୍ପାଦକ ଯୋଗେଶ୍ୱର ମେହେରଙ୍କୁ ଫୋନ ଯୋଗେ ପଚାରିବାରୁ ସେ ଏବିଷୟରେ କିଛି ଜାଣି ନ ଥିବା କହିଛନ୍ତି ।ସୋହେଲା ଟାଟା ପାୱାର ଏସ ଡି ଓ ଙ୍କୁ ଜାଲ ବିଦ୍ୟୁତ ବିଲ ବିଷୟରେ ପଚାରିବାରୁ ସେ ବିଲ ଜାଲ ହେଉଥିବା ସ୍ୱୀକାର କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ବ୍ୟକ୍ତିଗତ ଭାବେ ସବୁ ପେକ୍ସ ସମ୍ପାଦକ ଙ୍କୁ ଜାଲ ବିଦ୍ୟୁତ ବିଲ ପ୍ରତି ସଚେତନ ରହିବାକୁ ସତର୍କ କରାଇଛନ୍ତି ।ରାଜ୍ୟ ସରକାର ଧନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଆହୁରି ଆଠଶହ ଟଙ୍କା ବୋନସ ଦେଉଛନ୍ତି ।୬୫ କ୍ୱିଣ୍ଟାଲ ଧାନରେ (ଗୋଟିଏ କାର୍ଡ଼)୫୮ ହଜାର ବୋନସ ବାଟମାରଣା ହେଉଥିବା ଅଭିଯୋଗ ଆସିଛି ।ଏ ବିଷୟରେ ଆଜି ସୋହେଲା ଯୋଗାଣ ନିରୀକ୍ଷକ ଏବଂ ବରଗଡ଼ ଡି ଆର ସି ଏସଙ୍କୁ ମଧ୍ୟ ଫୋନ ଯୋଗେ ଯୋଗାଯୋଗ କରିଥିଲୁ ।ଉଭୟ ଘଟଣାର ତଦନ୍ତ କରି ଯଦି ଦୁର୍ନୀତି ହୋଇଥାଏ ତାହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାଇଛନ୍ତି ।ପାଣିମୋରା ମଣ୍ଡିରେ ଆଜି ଖବର ଲେଖାହେଲା ସମୟ ପର୍ଯ୍ୟନ୍ତ ପ୍ରାୟ ୬ ହଜାର ବସ୍ତା ଧାନ ଜରିପାଲ ତଳେ ରହିଛି ।ବର୍ଷା ଆରମ୍ଭ ହୋଇଯାଇଥିବାରୁ ଚାଷୀକୁଳ ମାନସିକ ଦୁଶ୍ଚିନ୍ତା ରେ ସମୟ କାଟୁଛନ୍ତି ।ବରଗଡ଼ ଜିଲ୍ଲାପାଳ ଏହି ନକଲି କାର୍ଡ଼ ଅଭିଯୋଗ ଉପରେ ତଦନ୍ତ କରିବାକୁ ତଥା ହଡପ ହୋଇଥିବା ସମସ୍ତ ଟଙ୍କା ଫେରସ୍ତ ଆଣିବାକୁ ଦାବି ହେଉଛି ।
ରାଜ୍ୟ
ପ୍ରାଥମିକ କୃଷି ସମବାୟ ସମିତିରେ ବ୍ୟାପକ ନକଲି ଧାନବିକ୍ରି କାର୍ଡ ତିଆରି କରି କୋଟି କୋଟି ଟଙ୍କା ଆତ୍ମସାତ ଅଭିଯୋଗ
- Hits: 319