ହେଡଲାଇନସ୍:

ଓଡ଼ଗାଁ ଏନ୍ଏସି ନିର୍ବାଚନ ପ୍ରକ୍ରିୟା ଆରମ୍ଭ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ୱାର୍ଡ ସୀମା ନିର୍ଦ୍ଧାରଣ ସହିତ ସଂରକ୍ଷିତ ସୂଚି ପ୍ରକାଶ

ଓଡ଼ଗାଁ,୨୯।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଓଡ଼ଗାଁ ୨୦୨୫ ସାଧାରଣ ନିର୍ବାଚନ ପାଇଁ ପ୍ରାକ୍ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ୱାର୍ଡ ମାନଙ୍କର ସୀମା ନିର୍ଦ୍ଧାରଣ ଏବଂ ପ୍ରତି ୱାର୍ଡ ପାଇଁ ସଂରକ୍ଷିତ ସ୍ଥାନର ସୂଚୀ ନୟାଗଡ଼ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଛି । ଓଡ଼ଗାଁ ଏନ୍ଏସିର ମୋଟ୍ ୱାର୍ଡ ସଂଖ୍ୟା ୧୫ ହୋଇଥିବା ବେଳେ ୧ ନମ୍ବର ୱାର୍ଡ ବିଲମାନପୁର ଏବଂ ୨ ନମ୍ବର ଓ୍ବାର୍ଡ ଛାମୁସାହି ଏହି ଦୁଇଟି ଆସନ ଅଣ ସଂରକ୍ଷିତଙ୍କ ପାଇଁ ରହିଥିବା ବେଳେ ପାଇକ ସାହି ୩ ନମ୍ବର ଓ୍ବାର୍ଡ ଆସନ ପଛୁଆ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ୪ ନମ୍ବର ଓ୍ବାର୍ଡ ଅଧିକାରୀ ସାହି ଓ ଖାଡି ତେଲିସାହି, ୫ ନମ୍ବର ଓ୍ବାର୍ଡ ପାଟଣା ସାହି ଏବଂ ୬ ନମ୍ବର ଓ୍ବାର୍ଡ ଓଡ଼ିଆ ସାହି ଓ ବଜାର ସାହି ଆସନ ମହିଳା ମାନଙ୍କ ପାଇଁ ସଂରକ୍ଷିତ ଅଛି । ୭ନମ୍ବର ଓ୍ବାର୍ଡ ହରିଜନ ସାହି ଓ ଲଜସାହି ଅନୁସୂଚିତ ଜାତିର ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୮ନମ୍ବର ଓ୍ବାର୍ଡ ବ୍ଳକସାହି ଓ ବିଜୟ ମଣ୍ଡପ ସାହି ଆସନ ପଛୁଆ ବର୍ଗଙ୍କ ପାଇଁ ପାଇଁ ସଂରକ୍ଷିତ ରହିଛି । ୯ ନମ୍ବର ଓ୍ବାର୍ଡ ମଠଖଜୁରିଆ ଓ କୁମ୍ଭିଆପଲ୍ଲୀ ଆସନ ଅନୁସୂଚିତ ଜନଜାତି ମହିଳା ପାଇଁ ସଂରକ୍ଷିତ ରହିଥିବା ବେଳେ ୧୦ ନମ୍ବର ଓ୍ବାର୍ଡ ଖେଳପଡିଆ ସାହି ଓ ଶିଳ୍ପୀ ନଗର ସାହି ଆସନ ଅଣସଂରକ୍ଷିତ ରହିଛି।୧୧ ନମ୍ବର ଓ୍ବାର୍ଡ ହେମାମାଳି ସାହି ଓ ଗାନ୍ଧୀ ନଗର ସାହି ଆସନ ମହିଳାଙ୍କ ପାଇଁ ଏବଂ ୧୨ ନମ୍ବର ଓ୍ବାର୍ଡ ନିତ୍ୟାନନ୍ଦ ସାହି ଓ ଗୁପ୍ତମଠସାହି ଆସନ ପଛୁଆ ବର୍ଗଙ୍କ ସଂରକ୍ଷିତ ରହିଛି । ୧୩ ନମ୍ବର ଓ୍ବାର୍ଡ ଦଲକ, ଗୁଡ଼ିଆସାହି ଓ କଲେଜ ରୋଡ୍ ଆସନଟି ପଛୁଆବର୍ଗ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ସେହିପରି ୧୪ ନମ୍ବର ଓ୍ବାର୍ଡ କଦଳୀ ବନ୍ଧ ଓ ଆଖୁପଦର ରାଜସ୍ବ ଗ୍ରାମ ଆସନଟି ଏବଂ ୧୫ ନମ୍ବର ଓ୍ବାର୍ଡ ଜାରିଙ୍ଗି ଆସନ ଅଣସଂରକ୍ଷିତ ରହିଛି ।
ସୂଚନା ଥାଉକି ୨୦୧୭ ମସିହା ଅଗଷ୍ଟ ମାସ ଠାରୁ ଓଡ଼ଗାଁ ଏନ୍ଏସି ପ୍ରତିଷ୍ଠା ହୋଇଥିଲେ ସୁଦ୍ଧା ଏନ୍ଏସିର ୬ ଓ ୧୧ ନମ୍ବର ୱାର୍ଡ ସୀମା ନିର୍ଦ୍ଧାରଣକୁ ନେଇ ଅଭିଯୋଗ ହେବା ପରେ ଏହା କୋର୍ଟରେ ବିଚାରାଧୀନ ଥିଲା । ଅଭିଯୋଗକାରୀ ହାଇକୋର୍ଟରେ ଚ୍ୟାଲେଞ୍ଜ ପହଞ୍ଚି ଥିଲା।ଶୁଣାଣି ପ୍ରକ୍ରିୟା ଚାଲିଥିବା ସମୟରେ ଆବେଦନ କାରି ପାଣିଗ୍ରାହୀ ମାମଲାକୁ ଆଗକୁ ବଢ଼ାଇବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ତଦନୁଯାୟୀ ନୟାଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଆବେଦନ ମାଧ୍ୟମରେ ଓ୍ବାର୍ଡ ନମ୍ବର ୬ ଏବଂ ୧୧ର ବିଦ୍ୟମାନ ସୀମା ସ୍ଥିତିକୁ ବିଚାର କରି ଜିଲ୍ଲା ମାଜିଷ୍ଟ୍ରେଟ ନୟାଗଡ଼ଙ୍କ ଦ୍ବାରା ନୂତନ ଭାବରେ ବିଜ୍ଞପ୍ତି ପ୍ରକାଶ କରାଗଲେ, ଏଥିରେ ତାଙ୍କର କୈାଣସି ଆପତ୍ତି ରହିବ ନାହିଁ ବୋଲିି ଆବେଦନକାରୀ ନବକିଶୋର ପାଣିଗ୍ରାହୀଙ୍କ ତରଫରୁ ପ୍ରତିନିଧିତ୍ଵ କରୁଥିବା ଅଧିବକ୍ତା ଆସଫ ଅଲି ଅହେମଦ ଲିଖିତ ଭାବେ କୋର୍ଟକୁ ଜଣାଇବା ପରେ ଦୀର୍ଘଦିନ ଧରି ଓଡ଼ଗାଁ ଏନ୍ଏସିରେ ଲାଗି ରହିଥିବା ସମସ୍ୟାର ପରି ସମାପ୍ତି ଘଟିଥିଲା ।

0
0
0
s2sdefault