ପୁରୀ,(ଅନିମେଶ ପଟ୍ଟନାୟକ): ଚଳିତବର୍ଷ ରଥଯାତ୍ରା ଉପଲେକ୍ଷ ଶ୍ରୀକ୍ଷେତ୍ରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମିତ୍ରସଂଘ ପକ୍ଷରୁ ନବକଳେବର ରୋଡ ସ୍ଥିତ ଆଖଣ୍ଡଳମଣି ମନ୍ଦିର ନିକଟସ୍ଥ ମିତ୍ରସଂଘ କାର୍ଯ୍ଯାଳୟ ପରିସରରେ ମହିଳା ସ୍ବେଚ୍ଛାସେବୀଙ୍କ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନୁଷ୍ଠାନର ସଭାପତି ସୁବାସିନୀ ଶତପଥୀ ସଭାପତିତ୍ବ କରିଥିଲେ । ଜୁନ ୨୭ ତାରିଖ ରଥଯାତ୍ରା, ଜୁଲାଇ ୫ ତାରିଖ ବାହୁଡା ଯାତ୍ରାରେ ଭକ୍ତମାନଙ୍କୁ ମାଗଣା ଖାଦ୍ଯ ବଣ୍ଟନ ସହ ଗରମ ଗୁଳୁଗୁଳିରେ ଭକ୍ତମାନଙ୍କୁ ଗହଳି ଭିତରେ ଜଳ ସିଞ୍ଚନ ଏବଂ ଭକ୍ତମାନଙ୍କୁ ଗୋଟିଏ ଲେଖାଁଏ ଗଛ ବଣ୍ଟନ କରାଯିବ ଏଥିସହ ଗଛ ଲଗାନ୍ତୁ ଜୀବନ ବଞ୍ଚାନ୍ତୁ ବାର୍ତ୍ତା ପ୍ରଦାନ କରାଯିବ । ନବଦିନାତ୍ମକ ଯାତ୍ରାରେ ଜଳବଣ୍ଟନ କରାଯିବା ସହ ଭକ୍ତମାନଙ୍କ ସ୍ନାନ ପାଇଁ ପୁଷ୍କରିଣୀ ସଫେଇ ଓ ସ୍ନାନ ପୂର୍ଣ୍ଣିମାରେ ମେଡିକାଲ ଛକ ନିକଟରେ ଦହିସର୍ବତ ଓ ଚା ବିସ୍କୁଟ ବଣ୍ଟନ କରାଯିବ । ଏଥିସହ କାର୍ଯ୍ଯାଳୟରେ ନୂତନ କରି ଫିଜିଓଥେରାପି,ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ପାରମ୍ପରିକ ସାଂସ୍କୃତିକ ଓଡିଶୀନୃତ୍ଯ ଓ ଲୋକନୃତ୍ୟ ଅଭ୍ଯାସ କରାଯିବ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ବୈଠକରେ ଅନୁଷ୍ଠାନର ପ୍ରତିଷ୍ଠାତା ଅନନ୍ତ ଶତପଥି ଓ ରାଜୀବ କୁମାର ମହାପାତ୍ର ଉପସ୍ଥିତ ଥିବାବେଳେ ଦେବାଶିଷ ମହାପାତ୍ର, ଶୁଭଦ୍ରା ଜେନା, ଲକ୍ଷ୍ମୀପ୍ରିୟା ଦେ,ନମିତା ମଞ୍ଜରୀ ଶତପଥୀ,ରୋଜାଲିନ ଲେଙ୍କା, ମନିଷା ମହାନ୍ତି, ଅଙ୍କିତା ଦେ, ସୁନିତ୍ରା ମହାନ୍ତି, ସନ୍ଦୀପ୍ତା ଦେ ସ୍ବର୍ଣଲତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରଥଯାତ୍ରୀଙ୍କ ସେବା ପ୍ରଦାନ ଓ ଅନୁଷ୍ଠାନର ଉନ୍ନତିକରଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସସ୍ମିତା ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମଧୁସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ରଥଯାତ୍ରା ପାଇଁ ମହିଳା ସ୍ବେଚ୍ଛାସେବୀଙ୍କ ପ୍ରସ୍ତୁତି ବୈଠକ
- Hits: 33