ଖପ୍ରାଖୋଲ ତହସିଲଦାର ଆଦିତ୍ୟ ମିଶ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦେଲା ବଣିକ ସଂଘ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖପ୍ରାଖୋଲ (ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଙ୍କୁ ଶୁକ୍ରବାର ଦିନ ଖପ୍ରାଖୋଲ ବଣିକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି I ଆଦିତ୍ୟ ମିଶ୍ର ଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ, ଲୋକଙ୍କ ସହିତ ମେଳାପୀ ବ୍ୟବହାର, କାର୍ଯ୍ୟଦକ୍ଷତା ଯୋଗୁଁ ଖପ୍ରାଖୋଲ ଅଞ୍ଚଳ ରେ ବେଶ ଲୋକ ପ୍ରିୟ ଥିଲେ I ଆଦିତ୍ୟ ପ୍ରସାଦ ମିଶ୍ର ଅବସର ପରେ ଖପ୍ରାଖୋଲ ତହସିଲ ରେ ସାମନ୍ତରାୟ ନୂତନ ତହସିଲଦାର ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି I ଆଦିତ୍ୟ ମିଶ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସାଙ୍ଗକୁ ନୂତନ ଭାବରେ ନିଯୁକ୍ତ ଖପ୍ରାଖୋଲ ତହସିଲଦାର ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଛି

0
0
0
s2sdefault